ସାବଧାନ! ଆପଣ ଫର୍ମାଲିନ୍ ମିଶା ମାଛ ଖାଉନାହାନ୍ତି ତ?

ସାବଧାନ ! ସାବଧାନ, ନକଲି ଜିନିଷ ପ୍ରତି ସାବଧାନ । ନିଜ ସ୍ବାର୍ଥ ସାଧନ ପାଇଁ ବଜାରରେ ଅପମିଶ୍ରିତ ଦ୍ରବ୍ୟ ଦେବାକୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକ ଆଦୌ ପଛାଉ ନାହାଁନ୍ତି । ଆଜି ଆମେ ଆପଣ ମାନଙ୍କୁ ତନ୍ମଧ୍ୟରୁ ଗୋଟିଏ ବିଷୟ ଉପସ୍ଥାପନ କରୁଛୁ ।
ଆମ ରାଜ୍ୟରେ ମାଛର ଲୋକପ୍ରିୟତା ଖୁବ୍ ଅଧିକ । ପ୍ରାୟ ଆଇଁଷ ଖାଇବା ବାରରେ ପ୍ରତ୍ୟେକ ପରିବାରରେ ମାଛକୁ ପ୍ରାଧାନ୍ୟ ଦିଆ ଯାଇଥାଏ । ବାହା ଭୋଜି ଗୁଡିକରେ ମଧ୍ୟ ମଟନ୍ ର ଆକାଶ ଛୁଆଁ ଦର ଯୋଗୁଁ ମାଛର ଚାହିଦା ବୃଦ୍ଧି ପାଉଛି । କିନ୍ତୁ ! କିନ୍ତୁ ଲାଗିଗଲା ମାନେ କିଛି ତ ଗଡବଡ ଚାଲିଛି । ହଁ ଆଜ୍ଞା,ମାଛ କିଣିଲା ବେଳେ ସାବଧାନ ରୁହନ୍ତୁ । ଆଜିକାଲି ବଜାରରେ ବରଫ ଏବଂ ମାରାତ୍ମକ କେମିକାଲ୍ ମିଶା ମାଛ ବିକ୍ରି ହେଉଛି । ଅନେକ ଅନୁସନ୍ଧାନରୁ ଏବଂ ମତାମତରୁ ଯାହା ଖବର ଅଛି ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ବିଭିନ୍ନ ସମୟରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ ଏବଂ ଗବେଷଣାରୁ ଜଣାପଡ଼ିଛି ଯେ ବାହାର ରାଜ୍ୟରୁ ଆସୁଥିବା ମାଛକୁ ଦୀର୍ଘ ସମୟ ସତେଜ ରଖିବା ପାଇଁ ଅସାଧୁ ବ୍ୟବସାୟୀମାନେ ଏଭଳି ବିପଜ୍ଜନକ କେମିକାଲ୍ ବ୍ୟବହାର କରୁଛନ୍ତି । ଏହା ପୂର୍ବରୁ ବିହାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପାଟଣା ବଜାରରେ ଏଭଳି କେମିକାଲ୍ ମିଳିବା ପରେ ମାଛ ବିକ୍ରି ଉପରେ କଟକଣା ମଧ୍ୟ ଲଗାଇଥିଲେ । ବିଶେଷ ସୂଚନାରୁ ପ୍ରକାଶ ଯେ ଏହି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ମାଛରେ ଏକ କେମିକାଲ୍ ଫର୍ମାଲିନ୍ ଦିଆଯାଉଛି । ଏହା ମୃତଦେହକୁ ସଢ଼ିବାରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା ଏକ ଶକ୍ତିଶାଳୀ କେମିକାଲ୍ । ମାଛକୁ ଅଧିକ ଦିନ ରଖିବା ପାଇଁ ଏହାକୁ ବରଫ ସହ ମିଶାଯାଏ । ଅନ୍ୟ କିଛି ମିଶ୍ରଣରେ ଭାରୀ ଧାତୁ ସୀସା, କାଡ଼ମିୟମ୍ ଏବଂ ପାରଦ ଭଳି ବିଷାକ୍ତ ଧାତୁ ମଧ୍ୟ ଅତ୍ୟଧିକ ପରିମାଣରେ ମିଶୁଥିବା ନଜିର ଅଛି । ଏସବୁ ପଦାର୍ଥର ମିଶ୍ରଣ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ଫର୍ମାଲିନ୍ ମିଶା ମାଛ ଖାଇବା ଦ୍ୱାରା ଶରୀରରେ କ୍ୟାନ୍ସର ହେବାର ସମ୍ଭାବନା ସବୁଠାରୁ ଅଧିକ ଥାଏ । ଏହା ଦ୍ୱାରା କିଡନୀ, ଲିଭର, ଏବଂ ଫୁସଫୁସ ଜନିତ ରୋଗ ଦେଖା ଦେଇପାରେ ବୋଲି ବିଶେଷଜ୍ଞ ମାନେ ମତ ପୋଷଣ କରିଛନ୍ତି । ଅନ୍ୟ ପକ୍ଷେ ପରିଷ୍କାର ପରିଚ୍ଛନ୍ନତା ନଥିବା ଯୋଗୁଁ ଅନେକାଂଶ ବରଫ ଫ୍ୟାକ୍ଟ୍ରିରେ ଦୂଷିତ ଜଳରେ ପ୍ରସ୍ତୁତ ବରଫ ଯୋଗୁଁ ହଇଜା, ଜଣ୍ଡିସ୍ ଏବଂ ପେଟ ସଂକ୍ରମଣ ହୋଇଥାଏ । ତେଣୁ ଏହି ସବୁ ଦିଗ ପ୍ରତି ଜନ ସଚେତନତାର ଆବଶ୍ୟକତା ରହିବା ଜରୁରୀ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସତେଜ ମାଛର ଆଖି ସ୍ୱଚ୍ଛ ଏବଂ ଚମକୁଥିବା ଭଳି ଦେଖାଯାଏ । ନକଲି କିମ୍ବା କେମିକାଲ୍ ଥିବା ମାଛର ଆଖି ଧଳା ବା ବାଦାମୀ ପଡ଼ିଯାଇଥାଏ । ସତେଜ ମାଛର ଗାଲିସି ଲାଲ୍ ରଙ୍ଗର ହୋଇଥାଏ । କେମିକାଲ୍ ମିଶା ମାଛର ଗାଲିସି କଳା କିମ୍ବା ଶେତା ପଡ଼ିଯାଏ । ସତେଜ ମାଛ ଉପରେ ହାତ ମାରିଲେ ତାହା ଶକ୍ତ ଲାଗେ, କିନ୍ତୁ ଅତ୍ୟଧିକ କେମିକାଲ୍ ଥିଲେ ତାହା ଅସ୍ୱାଭାବିକ ଭାବେ ରବର ଭଳି ଟାଣ କିମ୍ବା ଅତି ମାତ୍ରାରେ ନରମ ହୋଇଯାଏ । ଯଦି ବଜାରରେ ରଖାଯାଇଥିବା ମାଛ ଚାରିପାଖରେ ଆଦୌ ମାଛି ବସୁନାହାନ୍ତି, ତେବେ ସେଥିରେ କେମିକାଲ୍ ମିଶିଥିବା ସନ୍ଦେହ କରାଯାଏ । ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ଆଇନର ବ୍ୟବସ୍ଥା ଅଛି । ଅଧିକାରୀ ମାନେ ଲାଭଖୋର ମନବୃତ୍ତି ରଖୁଥିବାରୁ,ଏଭଳି ମାରାତ୍ମକ କଳା ବଜାରି ବୃଦ୍ଧି ପାଉଛି । ପ୍ରଶାସନିକ ଅଧିକାରୀମାନେ ଅପରାଧ ରୋକିବା ପରିବର୍ତ୍ତେ ଏକ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜନତାଙ୍କ ସହିତ ଏପରି ଭୟଙ୍କର ଅପରାଧରେ ଯେଉଁ ମାନେ ଜଡ଼ିତ ରହୁଛନ୍ତି, ତାଙ୍କୁ ଶକ୍ତ ଦଣ୍ଡ ବିଧାନ ପାଇଁ ଦାବି ହେଉଛି ।କେମିକାଲ୍ ମିଶା ମାଛର ଗାଲିସି କଳା କିମ୍ବା ଶେତା ପଡ଼ିଯାଏ । ସତେଜ ମାଛ ଉପରେ ହାତ ମାରିଲେ ତାହା ଶକ୍ତ ଲାଗେ, କିନ୍ତୁ ଅତ୍ୟଧିକ କେମିକାଲ୍ ଥିଲେ ତାହା ଅସ୍ୱାଭାବିକ ଭାବେ ରବର ଭଳି ଟାଣ କିମ୍ବା ଅତି ମାତ୍ରାରେ ନରମ ହୋଇଯାଏ । ଯଦି ବଜାରରେ ରଖାଯାଇଥିବା ମାଛ ଚାରିପାଖରେ ଆଦୌ ମାଛି ବସୁନାହାନ୍ତି, ତେବେ ସେଥିରେ କେମିକାଲ୍ ମିଶିଥିବା ସନ୍ଦେହ କରାଯାଏ । ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ଆଇନର ବ୍ୟବସ୍ଥା ଅଛି । ଅଧିକାରୀ ମାନେ ଲାଭଖୋର ମନବୃତ୍ତି ରଖୁଥିବାରୁ,ଏଭଳି ମାରାତ୍ମକ କଳା ବଜାରି ବୃଦ୍ଧି ପାଉଛି । ପ୍ରଶାସନିକ ଅଧିକାରୀମାନେ ଅପରାଧ ରୋକିବା ପରିବର୍ତ୍ତେ ଏକ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜନତାଙ୍କ ସହିତ ଏପରି ଭୟଙ୍କର ଅପରାଧରେ ଯେଉଁ ମାନେ ଜଡ଼ିତ ରହୁଛନ୍ତି, ତାଙ୍କୁ ଶକ୍ତ ଦଣ୍ଡ ବିଧାନ ପାଇଁ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ,ମୁଖ୍ୟ ସମ୍ପାଦକ ଜନମତ ଟିଭି

 

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!