ଦୂର୍ବୁର୍ତ୍ତଙ୍କ ଛୁରା ମାଡ଼ରେ ଭାଜପା ନେତାଙ୍କ ମୃତ୍ୟୁ

ମ. ରାମପୁର ୫/୮(ବ୍ୟୁରୋ)କଳାହାଣ୍ଡିରେ ଭାଜପା ନେତାଙ୍କ ହତ୍ୟା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାରୁ ପ୍ରକାଶ ମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ଵାମୀ ତଥା ଭାଜପା ମୋହନଗିରୀ ମଣ୍ଡଳ ଉପସଭାପତି ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ ଦୂବୁର୍ତ୍ତ ମାନେ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି । ଶ୍ରୀ ରଣା ମ. ରାମପୁରରେ କାମ ସାରି ଫେରିବା ବାଟରେ ପଞ୍ଚାୟତ ଅଫିସ ପାଖରେ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି ।ଅତ୍ୟନ୍ତ ମୂର୍ମୁସ ଅବସ୍ଥାରେ ତାଙ୍କ ସମ୍ପର୍କୀୟ ମାନେ ମ. ରାମପୁର ଡାକ୍ତରଖାନାକୁ ନେଇ ଯାଇଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଡ଼ାକ୍ତର ପ୍ରକାଶ କରିଥିବା ରିପୋର୍ଟ ହସ୍ତଗତ ହୋଇଛ । ସ୍ଥାନୀୟ ପୋଲିସ ଏବଂ କେସିଙ୍ଗା ଏସଡିପିଓ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ଜଣାପଡିଛି । ଏପରି ଘଟଣା କଳାହାଣ୍ଡିରେ ପ୍ରାୟତଃ ଅତ୍ୟନ୍ତ ଗୌଣ ହୋଇଥିବାରୁ, ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତର ହେବା ପୂର୍ବରୁ ପ୍ରଶାସନ ଘଟଣାର ତଦନ୍ତରେ କୋଠର ପଦକ୍ଷେପ ନେଇ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ବିଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!