ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଏହି ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ

ଭବାନୀପାଟଣା:୨୩/୦୭(ନି:ପ୍ର)ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ଶକ୍ତି, ଆଦର୍ଶ, ସେବାଭାବ ଏବଂ ଜନସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରେରଣାଦାୟକ ମାର୍ଗଦର୍ଶନ ପ୍ରଦାନ କରିଥିଲ । ଭାରତୀୟ ଜନତା ପାର୍ଟି ସଦା ସର୍ବଦା “ସେବା ହିଁ ସଂଗଠନ” ମନ୍ତ୍ରକୁ ଆଧାର କରି ଜନସାଧାରଣଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି। ସେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ସୁଭଦ୍ରା ଯୋଜନା, କୃଷକ କଲ୍ୟାଣ, ଯୁବଶକ୍ତିର ବିକାଶ ଏବଂ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳର ଆଦର୍ଶ, ଶୃଙ୍ଖଳା, ସମର୍ପଣ ଓ ସେବା ଭାବକୁ ପାଥେୟ କରି ଘରେ ଘରେ ସରକାରଙ୍କ ଜନହିତକର ଯୋଜନା ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ। ତାଙ୍କର ପ୍ରେରଣାଦାୟକ ବକ୍ତବ୍ୟ ଓ ଗୁରୁମନ୍ତ୍ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଏବଂ ସାଙ୍ଗଠନିକ ଶକ୍ତିର ସଞ୍ଚାର କରିଥିଲା।
ଏହି ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ହିମାଂଶୁ ମେହେର, ଦେବେନ୍ଦ୍ର ମହାନ୍ତି ଏବଂ ଆର୍ତ୍ତତ୍ରାଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ମନୋଜ ମେହେର, ଅନିରୁଦ୍ଧ ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ ଦିଶାରୀ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ବେହେରା, ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ପ୍ରଭାରୀ, ମୋର୍ଚ୍ଚା ସଭାପତି, ସରପଞ୍ଚ, ସମିତି ସଦସ୍ୟ ଏବଂ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


ସମ୍ପୂର୍ଣ୍ଣ ସଭାକୁ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ସୁଚାରୁରୂପେ ପରିଚାଳନା କରିଥିବାବେଳେ, ଶେଷରେ ଜିଲ୍ଲାର ଅନ୍ୟତମ ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!