ଗଣମାଧ୍ୟମ ସୁଦୃଢ଼ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ
ଭାତୃଭାବ ଓ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋଚନା
୭/୧୦/୨୬ (ଜନମତ ନ୍ୟୁଜ୍)
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ କୁସୁମଖୁଣ୍ଟି ଗେଷ୍ଟ ହାଉସ ପରିସରରେ ଏକ ଭବ୍ୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକତାର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏକାଠି ହୋଇ ପରସ୍ପରକୁ ନୂଆଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ଆଦାନପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସଭାପତି ନିକୁଞ୍ଜ ବିହାରୀ ଚଲାନଙ୍କ ସଭାପତିତ୍ବରେ କଳାହାଣ୍ଡି ଜିଲ୍ଲାର ଗର୍ବ ଆଉ ଗୌରବ ତଥା ସମଗ୍ର ବିଶ୍ଵରେ ଭାରତର ନାଁ କୁ ଉଜ୍ଜୀବିତ କରି ପାରିଥିବା ସଦ୍ୟ ପଞ୍ଚ ଷ୍ଟ୍ରାଇକରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିବା ଶ୍ରଦ୍ଦେୟ ସତ୍ୟପୀର ପ୍ରଧାନ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ସଭାବର୍ଦ୍ଧନ କରିଥିଲେ । ମୁଖ୍ୟ ବକ୍ତାରେ ଜନମତ ଟିଭିର ଚିଫ୍ ଏଡ଼ିଟର ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ ଯୋଗଦେଇଥିଲେ । ସାମ୍ବାଦିକତାରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିଥିବା ବରିଷ୍ଠ ସାମ୍ବାଦିକ ଗଣ ରଜନୀ ମିଶ୍ର,କ୍ଷୀରୋଦ ବାଗ,ନରେନ୍ଦ୍ର ଖିତି,ସୁନ୍ଦର ମୋହନ ଛତ୍ରିଆ,ରବି ନାରାୟଣ ଚଲାନ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାଷିନ ହୋଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଁ ମାଣିକେଶ୍ଵରୀଙ୍କ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ସଭାରେ ଉପସ୍ଥିତ ବକ୍ତାମାନେ ସାମ୍ବାଦିକତାର ଗୁରୁତ୍ୱ ଏବଂ ଦେଶ ପାଇଁ ସେମାନଙ୍କର ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ନୂଆଖାଇ କେବଳ ଏକ ପର୍ବ ନୁହେଁ, ବରଂ ଏହା ସମାଜରେ ଏକତା, ଭ୍ରାତୃଭାବ ଏବଂ ସମାନତାର ବାର୍ତ୍ତା ବହନ କରେ ବୋଲି ମତବ୍ୟକ୍ତ କରିଥିଲେ । ଗଣମାଧ୍ୟମ ସମାଜର ଆଇନା ହୋଇଥିବାରୁ, ସାମ୍ବାଦିକମାନେ ନିଜ ନିଜ ଭିତରେ ଥିବା ମନୋମାଳିନ୍ୟକୁ ଭୁଲି ଏକଜୁଟ ହୋଇ ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ଅତିଥି ମାନେ ଆହ୍ଵାନ କରିଥିଲେ । ସଂଘର ସାଧାରଣ ସଂପାଦକ ମହାଦେବ ଖଣ୍ଡୁଆଲ ସଭାକୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜୟପାଟଣା ସାମ୍ବାଦିକ ସଂଘର ସଭାପତି ହରିହର ଛତ୍ରିଆ ଏବଂ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଛତ୍ରିଆଙ୍କ ଭୂମିକା ସରାହନୀୟ ଥିଲା ।
