ଖୁଚୁରା ଟଙ୍କା ଅଭାବରୁ ଜୟପାଟଣାରେ ବ୍ୟବସାୟୀ ଏବଂ ଜନ ସାଧାରଣ ହନ୍ତସନ୍ତ

ଜୟପାଟଣା:୨୯/୭ (ବ୍ୟୁରୋ)ଜୟପାଟଣା ବ୍ଲକରେ ଗଣ୍ଡା ଗଣ୍ଡା ବ୍ୟାଙ୍କ ଥାଇ ମଧ୍ୟ ଗ୍ରାହକ ସେବାରେ ଚରମ ଅବହେଳା ଦେଖିବାକୁ ମିଳିଛି । ବିଶେଷ କରି ବଜାରରେ ଖୁଚୁରା ଟଙ୍କାର ଘୋର ଅଭାବ ଯୋଗୁଁ ବ୍ୟବସାୟୀ ଓ ଜନସାଧାରଣ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟା ପ୍ରତି କୌଣସି ବ୍ୟାଙ୍କ କର୍ତ୍ତୃପକ୍ଷ ନିଘା ଦେଉ ନଥିବା ଅଭିଯୋଗ ହେଉଛି ।

ମୁଖ୍ୟ ସମସ୍ୟା ଗୁଡ଼ିକ,
ବ୍ୟବସାୟ ମାନ୍ଦା:

ଖୁଚୁରା ଟଙ୍କା ଅଭାବରୁ ଦୋକାନୀ ଗ୍ରାହକଙ୍କୁ ବାକି ଦେବାକୁ ବାଧ୍ୟ ହେଉଛନ୍ତି କିମ୍ବା ସଉଦା ଫେରାଇ ଦେଉଛନ୍ତି।

ଦୈନନ୍ଦିନ ବଚସା:

ମେଡିକାଲ, ପରିବା ବଜାର ଏବଂ ବସଭଡ଼ା ଦେବା ସମୟରେ ପ୍ରତିଦିନ ପାଟିତୁଣ୍ଡ ସୃଷ୍ଟି ହେଉଛି।

ଅସନ୍ତୋଷ:

ସହରରେ ଏତେ ସଂଖ୍ୟକ ବ୍ୟାଙ୍କ ଶାଖା ଥାଇ ମଧ୍ୟ ସାଧାରଣ ଲୋକଙ୍କୁ ଏହି ସରଳ ସେବା ମିଳୁନାହିଁ।ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ସହ ବ୍ୟାଙ୍କଗୁଡ଼ିକରେ ସ୍ୱତନ୍ତ୍ର କାଉଣ୍ଟର ଜରିଆରେ ଖୁଚୁରା ଟଙ୍କା ଯୋଗାଇ ଦେବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ଜନସାଧାରଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!