ପ୍ରଜ୍ଞାନ ଓଝାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବଡ ଦାୟିତ୍ଵ

ପ୍ରଜ୍ଞାନ ଓଝାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବଡ ଦାୟିତ୍ଵ

୨୯/୯/୨୬(ବ୍ୟୁରୋ ରିପୋର୍ଟ)
ଟିମ୍ ଇଣ୍ଡିଆ ପାଇଁ ପଡ଼ିଆରେ ବାମ ହାତି ଫିର୍କି ବୋଲିଂର ଯାଦୁ ଦେଖାଇବା ପରେ, ଏବେ ଭାରତୀୟ କ୍ରିକେଟ୍ ଦଳ ଗଠନ କରିବାରେ ବଡ଼ ଭୂମିକା ଗ୍ରହଣ କରିବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା । ବିସିସିଆଇ ପକ୍ଷରୁ ପ୍ରଜ୍ଞାନ ଓଝାଙ୍କୁ ଜାତୀୟ ସିନିୟର ପୁରୁଷ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଗୁହାଟୀରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଚୟନ କମିଟି ବୈଠକରେ ବର୍ତ୍ତମାନର ମୁଖ୍ୟ ଚୟନ କମିଟି ଅଧକ୍ଷ ଅଜିତ ଅଗରକର ଅନୁପସ୍ଥିତ ଥିଲେ । ତେଣୁ ଏହି ପ୍ୟାନେଲ୍‌ରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ ପ୍ରଜ୍ଞାନ ଓଝା ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବାରୁ, ନିୟମ ଅନୁଯାୟୀ ତାଙ୍କୁ ଏହି ବୈଠକର ନେତୃତ୍ୱ ନେବାକୁ ସୁଯୋଗ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଯାଉଛି। ନୂତନ ସ୍ଥାୟୀ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରଜ୍ଞାନ ଓଝା ଏହି ଅନ୍ତରୀଣ ପଦବୀରେ ରହି କାର୍ଯ୍ୟ କରିବେ। ଗୁଆହାଟୀରେ ଆୟୋଜିତ ଏହି ବୈଠକରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ, ଯେଉଁଠାରେ ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ଏବଂ ଇଣ୍ଡିଆ-ଏ ଦଳର ସ୍କ୍ୱାଡ୍ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଆଶା କରା ଯାଉଛି ପ୍ରଜ୍ଞାନ ଏହି ଦାୟିତ୍ୱକୁ ସୁଚାରୁ ରୂପେ ସଂପାଦନ କରି ପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଇସାନ କିଶନ ଘୋରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ପୁନର୍ବାର ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରାଇବାରେ ପ୍ରଜ୍ଞାନ ଓ ଆର୍ ପି ସିଂହଙ୍କ ଭୂମିକା ଥିଲା ।
ପ୍ରଜ୍ଞାନ ଓଝାଙ୍କ କ୍ୟାରିୟର ଟ୍ରାକ୍ ରେକର୍ଡ –
• ଟେଷ୍ଟ ମ୍ୟାଚ୍: ୨୪ (୧୧୩ ୱିକେଟ୍)
• ଦିନିକିଆ (ODI): ୧୮ (୨୧ ୱିକେଟ୍)
• ଟି-୨୦ ଆନ୍ତର୍ଜାତୀୟ: ୬ (୧୦ ୱିକେଟ୍)
• ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍ (୨୦୧୩)ରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!