ମା’ ଇନ୍ଦ୍ରାବତୀ

ମା’ ନୁହଁଇ ସେ ମାଆଠୁ ବଳି, ଜନମ ନଦେଇ
ଜୀବନ ଦେଇକି, କୋଳେ ଖେଳାଇଛି ତା’ର
ରକତ ଭରିନି,ରକତରେ ପାଣି ଭରିଛି,
ପାଣି ଦେହେ ମିଶା ,ପଟୁ ବୋଳି ବୋଳି
ବଢିଛି , ଚମକିଛି, ବଳିଷ୍ଠ ଶରୀର ଗଢ଼ିଛି ।।୧।।

ଜଣା ନାହିଁ ,କାହାକୁ ବି କାହିଁ କେଉଁ କାଳୁ
ବହି ଚାଲେ, ସୁମଧୁର ନିନାଦରେ ଆଗକୁ ଆଗକୁ,
ଥକିନି କି ଅଟକିନି ,ଶୁଖିନି ବି କେବେ ,
ମନା ବି କରିନି କେବେ ପାଣି ପିଇବାକୁ
ଆଗଭରେ ଗଡିଚାଲେ, ତଳକୁ ତଳକୁ ।।୨।।

ମରଡ଼ିଗୁଡା ସରୁ ନାଳ ନଦୀଟେ ହେଲାଣି
ଭଉଣୀ ମାନଙ୍କୁ ନେଇ ଗୋଦାବରୀ କୋଳେ
ମିଶି ସମୁଦ୍ରେ ଗଲାଣି,ତଥାପି ସେ ଆମ ପାଇଁ
ଅମର ,ଅଭୁଲା, ଅମୂଲ୍ୟ କଳାହାଣ୍ଡି କଥା କହି ,
ବ୍ୟଥା ସହି, ଆଶିଷ ଦେଲାଣି ।।୩।।

ରାଜାଠାରୁ ରଙ୍କଯାଏ ସାଧୁଠୁଁ ସୈତାନ
ଆବାଳ ବୃଦ୍ଧ ବନିତା ଜଳ ପିଇ, ପ୍ରାଣ ପାଇ ,
ବୁଡ଼ ଦେଇ, ହୁଅନ୍ତି ଶୂଚିସ୍ମାନ,
ବୃକ୍ଷ, ଲତା, ଜୀବଜନ୍ତୁ ଜଳେ ତା ବଞ୍ଚନ୍ତି,
କୃତଜ୍ଞତା ତା’ରି ପାଇଁ କାହିଁ ଯେ ବଚନ ।।୪ ।।

କଳାହାଣ୍ଡି ମହାରାଜା ପ୍ରତାପ କେଶରୀ
ନିଜ ପ୍ରିୟ ପ୍ରଜା ପାଇଁ ନିରନ୍ତର ଗୁଢ,ଦୃଢ ଚିନ୍ତା କରୁଥିଲେ,
ମାଆଁ କୋଳୁ , ଜଳ ବୁନ୍ଦା ବୃଥାଟାରେ ଝରିଯାଏ
ଆସେନାହିଁ କାମେ ପ୍ରଜା ଛନ୍ତି ବିକଳରେ ।।୫।।

ମରୁଡ଼ିର କାଳରୂପୀ ପ୍ରହାରେ ଜନତା ତ୍ରାହି ତ୍ରାହି
ଡାକ ଦ୍ୟନ୍ତି ,ଅର୍ଥନୀତି ବିଗଡଇ ନିତି,ରାଇଜ ବ୍ୟାପିକି,
ରାଜାଙ୍କର ମନକଷ୍ଟ, ପ୍ରାଣ ପାଏ ବାଧା ,
ପ୍ରଜାଙ୍କର ଅସହ୍ୟ, ଅବ୍ୟକ୍ତ ଦୁଃଖ ଦେଖି ଦେଖି ।।୬।।

ସ୍ଥଳେ ସ୍ଥଳେ ସାରାବିଶ୍ୱ ନିର୍ମାଣୁଛି ବନ୍ଧ
ରୋକିବାକୁ , ବୋହୁଥିବା,ବଢୁଥିବା ପାଣି,
ଅଟକିଛି ପାଣି, ଥମିଛି ବନ୍ୟା ,କମିଅଛି
ଧନଜନ କ୍ଷୟକ୍ଷତି ,ନାହିଁ ଦୁଖଃଧ୍ୱନି ।।୭।।

ଅଟକିଛି ଇନ୍ଦ୍ରାବତୀ, ପୁଅ ବୋଲ ମାନି,
ଜଳ ଶକ୍ତି କଳାହାଣ୍ଡି ଝଲସାଉଅଛି,ଅନ୍ଧାର ବୁକୁ ଚିରି,
କେନାଲରେ ପାଣି ଛୁଟେ କେସିଙ୍ଗାକୁ ମଙ୍ଗଳପୁର ଠାରୁ
ସୁନାମୁଖୀ,ସୁନାଦିଆ ଫସଲ ହସିକି,ମାରୁଛି ଲହରୀ ।।୮।।

କଳାହାଣ୍ଡି ମରୁଡ଼ିର ଫଟାହାଣ୍ଡି, ନିନ୍ଦୁଥିବା
ଲୋକମାନେ ,ସରମି ଗଲେଣି, ନରମି ଗଲେଣି,
ଜଗତରେ ଆମ ନାଁ ବିଦିତ ହେଲାଣି
ନିଜେ ପାଇ ପରକୁ ଖୁଆଇ ,ପ୍ରତିଷ୍ଠିତ, ବଳିଷ୍ଠ ହେଲୁଣି ।। ୯ ।।

କାହାକୁ ବା ଶ୍ରେୟ ଦେବା ଧନ୍ୟବାଦ କା’ରେ
ଏସବୁର ରୂପାନ୍ତର,ଉନ୍ନତିରେ ଅବଦାନ,ଯୋଗଦାନ ଯା’ର,
ଦେବୀ ମା’ ଇନ୍ଦ୍ରାବତୀ ଚାହେଁ ନାହିଁ
ଶ୍ରେୟ ପୁରସ୍କାର, ବିଜୟୋତ୍ସବ,ଜୟ ଜୟକାର ।।୧୦ ।।

ଚାହେଁ ତମ ସ୍ନେହ ,ଶ୍ରଦ୍ଧା ,କର୍ତ୍ତବ୍ୟର ହାତ
ଆଗାମୀ ପୀଢ଼ିର ଦୃଢ଼-ସ୍ଵର୍ଣ୍ଣ ଭବିଷ୍ୟତ
ପ୍ରତିଘରେ ପୂଜା ଦେଇ ,ଦେବୀର ଆସନ,
ବନାନୀରେ ସାଜ କୂଳ, କୁଆଁରୀର ତୁଳ
ଫି’ବରଷେ ମେଳା ହେଉ ମାନିନେଇ ଧାମ,ଜପି ତାର ନାମ ।।୧୧।।

ପରିବେଶ ପ୍ରଦୂଷଣ,ବର୍ଦ୍ଧିଷ୍ନୁ ତାପମାନ,ଜମି ଅବକ୍ଷୟ
ହେବ ଦୂର ,ଚାରିପାଖେ ସବୁଜିମା ଭରା,
ଥାକଥାକ ଧାନକ୍ଷେତ,ବୃକ୍ଷାବୃତ୍ତ ବିସ୍ତୀର୍ଣ୍ଣ ପର୍ବତମାଳ, ହରିତରେ ଧରା… ହରିତରେ ଧରା …ହରିତରେ ଧରା ।।୧୨।।
ଲେଖକ :-
ଇଂ ତୃପ କୁମାର ପାତ୍ର,
ମୁଖ୍ୟ ନିର୍ମାଣ ଯନ୍ତ୍ରୀ
ପୋଟେରୁ ଜଳସେଚନ ପ୍ରକଳ୍ପ
ବାଲିମେଳା ,ମାଲକାନଗିରି

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!