ଜାତୀୟ ଦଳ ତ ଦୂରର କଥା ଆଇପିଏଲ ରେ ମଧ୍ୟ ସ୍ଥାନ ପାଉ ନାହାଁନ୍ତି ଖେଳାଳି
ଭୁବନେଶ୍ୱର:ଓଡ଼ିଶା କ୍ରିକେଟ୍ର ବିଫଳତା କୌଣସି ଗୋଟିଏ ଦିନର ନୁହେଁ, ବରଂ ବର୍ଷ ବର୍ଷ ଧରି ଚାଲିଆସୁଥିବା କିଛି ପ୍ରମୁଖ ସମସ୍ୟା ଯୋଗୁଁ ଆଜି ଆମ କ୍ରିକେଟ୍ ଏହି ସ୍ଥିତିରେ ପହଞ୍ଚିଛି । ବିଶେଷଜ୍ଞ ଏବଂ କ୍ରୀଡ଼ା ସମୀକ୍ଷକଙ୍କ ମତ ଅନୁସାରେ,ରାଜ୍ୟରେ କ୍ରିକେଟର ସ୍ତର ଏତେ ତଳକୁ ଖସି ଯାଇଛି ଯେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜାତୀୟ ସ୍ତରରେ କୌଣସି ସୁଧାର ଆସିବା ସମ୍ଭାବନା କ୍ଷୀଣ ଲାଗୁଛି ।

ରାଜ୍ୟରେ କ୍ରିକେଟ୍ ର ଅବନତିର ମୁଖ୍ୟ କାରଣ ହେଲା,ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା କ୍ରିକେଟ୍ ଏସୋସିଏସନ୍ (OCA)ର ପରିଚାଳନା ସର୍ବବ୍ୟାପୀ ନହୋଇ ସଙ୍କୁଚିତ ହୋଇଯାଇଛି । ଅନ୍ୟ ଦିଗକୁ ଦେଖିଲେ,ରାଜ୍ୟରେ ଶାସନକୁ କିପରି ଦୀର୍ଘ ବର୍ଷ ନିଜ ଅକ୍ତିଆରରେ ରଖିହେବ,ସେହି ଉପରେ ଦୃଷ୍ଟି ଦିଅ ଯାଉଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟର କ୍ରୀଡା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ ପାଇଁ ନଜର ହଟେଇ ନିଆ ଯାଇଥିବା ଅନୁମାନ କରାଯାଏ । କ୍ରିକେଟ୍ ଦୁର୍ବଳ ହେବାର ମୁଖ୍ୟ କାରଣ ତୃଣମୂଳ ସ୍ତରରେ ଦୁର୍ବଳ ଭିତ୍ତିଭୂମି (Weak Grassroot Infrastructure) ଭୁବନେଶ୍ୱର ଏବଂ କଟକ ବାହାରେ ଥିବା ଜିଲ୍ଲାଗୁଡ଼ିକରେ କ୍ରିକେଟର ବିକାଶ ଶୂନ ।ଗ୍ରାମାଞ୍ଚଳର ପ୍ରତିଭାବାନ ଖେଳାଳିମାନଙ୍କୁ ଭଲ ପିଚ୍ ଏବଂ ଆଧୁନିକ ଟ୍ରେନିଂ ସୁବିଧା ମିଳେନାହିଁ। ଜିଲ୍ଲା ସ୍ତରରେ ଲଗାତାର ଟୁର୍ଣ୍ଣାମେଣ୍ଟ ନହେବା ଦ୍ୱାରା ନୂଆ ଖେଳାଳି ସାମ୍ନାକୁ ଆସିପାରନ୍ତି ନାହିଁ। ଦୀର୍ଘକାଳୀନ ଯୋଜନାର ଅଭାବ (Lack of Vision & Long-term Planning)ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପାଖରେ କୌଣସି ଦୀର୍ଘକାଳୀନ ରୋଡମ୍ୟାପ୍ ନାହିଁ ।

କେବଳ ଚଳିତ ସିଜନକୁ ବଞ୍ଚାଇବା ପାଇଁ ଯୋଜନା ହୁଏ, ଆଗାମୀ ୫ ବର୍ଷ ପାଇଁ ଟିମ୍ ପ୍ରସ୍ତୁତ କରାଯାଏ ନାହିଁ ।କ୍ଲବ୍ ଏବଂ ଘରୋଇ କ୍ରିକେଟର ଦୁର୍ବଳ ସ୍ତର (Poor Local & Club Cricket Quality)ଓଡ଼ିଶାରେ ହେଉଥିବା ଲୋକାଲ୍ ମ୍ୟାଚ୍ ଗୁଡ଼ିକର ମାନ ବହୁତ ଖରାପ ।ପ୍ରତିଯୋଗିତାମୂଳକ ମନୋଭାବ ନଥିବା ମ୍ୟାଚ୍ ଖେଳି ଉପରକୁ ଆସୁଥିବା ଖେଳାଳି, ଜାତୀୟ ସ୍ତରର ଚାପ ସହିପାରନ୍ତି ନାହିଁ। ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ (Selection Process Issues)ଅନେକ ସମୟରେ ଯୋଗ୍ୟ ତଥା ଫର୍ମରେ ଥିବା ଖେଳାଳିଙ୍କ ବଦଳରେ ପକ୍ଷପାତିତା ଆଧାରରେ ଖେଳାଳି ଚୟନ ହେଉଥିବା ଅଭିଯୋଗ ଉଠେ।ପ୍ରତିଭା ଥାଇ ମଧ୍ୟ ସପୋର୍ଟ ଅଭାବରୁ ଅନେକ ଖେଳାଳି ବାଦ୍ ପଡ଼ିଯାଆନ୍ତି। ମେଣ୍ଟାଲ୍ ଫିଟ୍ନେସ୍ ଏବଂ ପ୍ରଫେସନାଲିଜିମ୍ର ଅଭାବ (Lack of Mental Toughness)ଓଡ଼ିଶା ଟିମ୍ ଭିତରେ ବଡ଼ ମ୍ୟାଚ୍ ଜିତିବାର କିମ୍ବା ବଡ଼ ଟିମ୍କୁ ହରାଇବାର ଆତ୍ମବିଶ୍ୱାସ ଦେଖାଯାଏ ନାହିଁ।ଖେଳାଳିମାନଙ୍କୁ ମାନସିକ ସ୍ତରରେ ମଜବୁତ କରିବା ପାଇଁ କୌଣସି ପେଶାଦାର ସାଇକୋଲୋଜିଷ୍ଟ ବା କାଉନସେଲିଂର ବ୍ୟବସ୍ଥା କରାଯାଏ ନାହିଁ। ଓସିଏ ରେ ପାରିବାରିକ ଏବଂ କଟକ ଓ ଭୁବନେଶ୍ୱରର କ୍ରିକେଟ୍ ଅନଭିଜ୍ଞ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ଵ ଦିଆଯାଉ ଥିବା ଅଭିଯୋଗ ଆସେ । ସରକାର ମଧ୍ୟ ତଦୃପ ନୀତିରେ କ୍ରୀଡା ଅନଭିଜ୍ଞ ବ୍ୟକ୍ତି ବିଶେଷଙ୍କୁ ଏ ଦିଗରେ ଦାୟିତ୍ଵ ଦେଇ ଆସୁଥିବା ମତ ପ୍ରକାଶ ପାଉଛି । କ୍ରୀଡା ସମୀକ୍ଷକଙ୍କ ମତରେ ଜିଲ୍ଲା ଗୁଡ଼ିକରେ କ୍ରିକେଟ୍ ର ଉନ୍ନତି ପାଇଁ ଯେଉଁ ମାନେ ବର୍ଷ ବର୍ଷ ଧରି ନିୟମିତ ନିୟୋଜିତ ହୋଇ ଆସୁଛନ୍ତି,ଖେଳରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ । ଏପରି ସ୍ଥଳେ ରାଜ୍ୟରେ କିପରି କ୍ରିକେଟ୍ ର ଉନ୍ନତି ସମ୍ଭବ । ବିହାର, ଝାରଖଣ୍ଡ ଭଳି ପଛୁଆ ରାଜ୍ୟ ଗୁଡିକରୁ ଏକ୍ ସେ ବଢ଼ କର୍ ଏକ୍ ଜାତୀୟ ସ୍ତରରେ ଖେଳିବା ପାଇଁ ଖେଳାଳି ବାହାରୁଛନ୍ତି ଅଥଚ ଆମ ରାଜ୍ୟରେ ଲାଇଟ୍ ୱେଟ୍ ୟେଲୋ ଟେନିସ୍ ବଲ୍ ଅର୍ଡିନରି କ୍ରିକେଟ୍ ଖେଳିବାରେ ଖେଳାଳି ଆଗ୍ରହୀ । ନା ଏଥି ପାଇଁ କିଟ୍ସ୍ ର ଆବଶ୍ୟକ ନା ରୁଲ୍ ରେଗୁଲେଶନ ନା ଟେକ୍ନିକର ଆବଶ୍ୟକ ଟାଇମ୍ ପାସ୍ । ଦିନ ଥିଲା ଦେବାଶିଷ ମହାନ୍ତି, ଶିବ ସୁନ୍ଦର୍ ଦାସ,ସଞ୍ଜୟ ରାଉଳ ଭଳି ଖେଳାଳି ଭାରତ ପାଇଁ ଖେଳି ସୁନାମ ଅର୍ଜନ କରିଥିଲେ । ଏହାକୁ ଦେଖି ଲାଗୁଥିଲା ଓଡ଼ିଶାରେ କ୍ରିକେଟ୍ ବଞ୍ଚିଛି କିନ୍ତୁ ବର୍ତ୍ତମାନ ଦେଶର ଘୋରୋଇ କ୍ରିକେଟରେ ସ୍ଥିତି ଅତ୍ୟନ୍ତ ଲଜ୍ଜ୍ୟା ଜନକ ରହିଛି । ଏପରି ସ୍ଥଳେ ରାଜ୍ୟରେ କ୍ରିକେଟ୍ ର ଭାବିଶ୍ୱତ ଅନ୍ଧକାରରେ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଚଳିତ ରଣଜୀ ସିଜନ୍ ରେ ରାଜ୍ୟ ବାହାରୁ ଦୁଇ ଜଣ ଖେଳାଳିଙ୍କୁ ଅଣାଯାଇ ଟିମ୍ ଗଠନ କରାଯାଇଅଛି । ତେବେ ଚିନ୍ତା କରନ୍ତୁ ଆମେ କ୍ରିକେଟ୍ ରେ କେଉଁଠି । ଆଗକୁ ଏଥିରେ ଯଦି ସୁଧାର ଅଣାଯିବାକୁ ଚେଷ୍ଟା ହେବ ତେବେ କୌଣସି ରାଜନୈତିକ ଚାପ ବିନା କ୍ରିକେଟ୍ ଉପରେ ଅଭିଜ୍ଞ ସମ୍ପର୍ଣ୍ଣ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ଵ ଦିଆଯାଉ ଏବଂ ଏକ ଦୀର୍ଘ ମିଆଦି ଯୋଜନା ପାଇଁ ପଦକ୍ଷେପ ନିଆଯାଉ । ତଦୃପ ସରକାର ମଧ୍ୟ କ୍ରୀଡାର ଉନ୍ନତି ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଉପଯୁକ୍ତ ଭିତ୍ତିଭୂମି ଉପଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ଵ ଦେବା ଏବଂ ମତାମତ ନେଇ କାର୍ଯ୍ୟ କଲେ ନିଶ୍ଚୟ ସଫଳତା ମିଳିବ ବୋଲି କ୍ରୀଡାପ୍ରେମୀ ଦାବୀ ଜଣାଇଛନ୍ତି ।
ଜଗମୋହନ ପଟ୍ଟନାୟକ, କ୍ରୀଡା ସମୀକ୍ଷକ, ମୁଖ୍ୟ ସମ୍ପାଦକ ଜନମତ ପତ୍ରିକା
ମୋ: ୭୭୫୦୦୩୩୧୧୧
