ଲୋକାର୍ପିତ ହେଲା ଫିଲ୍ମ ମାଁ ଡୋକରୀ

ଜୟପାଟଣା:୧୨/୧୦(ଜନମତ ନ୍ୟୁଜ୍)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତାଳଗୁଡ ସ୍ଥିତ ମାଁ ଡୋକରୀଙ୍କ ଉପରେ ପ୍ରଥମ ଥର ପାଇଁ ଏକ ପ୍ରାମାଣିକ ଚଳଚ୍ଚିତ୍ର ଲୋକାର୍ପଣ ହୋଇ ଯାଇଛି ।
ପବିତ୍ର ନବରାତ୍ରିର ଶାରଦୀୟ ମୁହୂର୍ତ୍ତରେ ମାରୁତି ଫିଲ୍ଦ ପ୍ରାୟୋଜିତ ଏହି ଫିଲ୍ମରେ ଜୟପାଟଣା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକରୀଙ୍କ ଉପରେ ସଂପୂର୍ଣ୍ଣ ପ୍ରାମାଣିକ ତଥ୍ୟ ଉପରେ ଆଧାରକରି ଫିଲ୍ମଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ମାଁ ଙ୍କର ଅତି ସୁନ୍ଦର ଗୀତ ସହିତ କଳାକାର ମାନଙ୍କର ଦମଦାର ଅଭିନୟ ଭକ୍ତଙ୍କର ହୃଦୟକୁ ଛୁଇଁ ସାରିଛି । ଏହି ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ତ୍ରିଶକ୍ତି ରାଉତ, କଳା ନିର୍ଦ୍ଦେଶକ ତାପସ ଧଙ୍ଗଡା ମାଝୀ, ସହ ନିର୍ଦ୍ଦେଶକ ବିକାଶ ପଟେଲ,ପଯୋଜକ ରଞ୍ଜିତ ପଣ୍ଡା, ସହ ନିର୍ମାତା ଟୁନା ଏବଂ କିଶୋର ସାହୁ, ସମ୍ପାଦକ ସତ୍ୟରାଜ୍ ଗୁରୁ, କ୍ୟମେରାମ୍ୟାନ ବିଶାଳ ରାଉତ ଏବଂ ଅନେକ ସହଯୋଗୀ ଏହି ଫିଲ୍ମ ନିର୍ମାଣରେ ସହଯୋଗ କରିଥିଲେ । ଆଜି ଫିଲ୍ମର ଲୋକାର୍ପଣ ଉତ୍ସବରେ ଜୟପାଟଣା ରାଣୀ ସାହେବା ସୋନମ୍ ଦେଓଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ଏବଂ ସମ୍ମାନିତ ଅତିଥି ଭାବେ ରାଜମାତା ରୂପା ମଞ୍ଜରୀ ଦେବୀ, ବୀର କିଶୋର ପଣ୍ଡା, ହରେକୃଷ୍ଣ ଦାସ,ଶେଷଦେବ ବେହେରା,ଅଶ୍ରଫ ଅଲ୍ଲୀ,ଜଗମୋହନ ପଟ୍ଟନାୟକ, ସତ୍ୟନାରାୟଣ ଅଗ୍ରୱାଲ,ପ୍ରକାଶ ଦୁରିଆ, ଜଗଦୀଶ ବୈଠାରୁ,ଦିବାକର ପଟ୍ଟନାୟକ,ଗଙ୍ଗାଧର ମାଝୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଚିତ୍ତ ଦଳପତି ତଥା ଶତାଧିକ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।
JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!