ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜ ଜୀଙ୍କ ୬୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା କର୍ମଶାଳାର ଉଦ୍ଦେଶ୍ୟ, କାର୍ଯ୍ୟକ୍ରମର ରୂପରେଖା ଏବଂ ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜ ଜୀଙ୍କ ୬୫୦ତମ ଜୟନ୍ତୀ ପାଳନ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଉପସ୍ଥାପନା ରଖିଥିଲେ।

କର୍ମଶାଳାରେ ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ ଏବଂ ବରିଷ୍ଠ ନେତା ଅଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜ ଜୀଙ୍କ ଜୀବନ ଦର୍ଶନ, ସାମାଜିକ ସମରସତା, ସମାନତା, ମାନବିକ ମୂଲ୍ୟବୋଧ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ କାଞ୍ଚନ ବାଗ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନାଶ ନନ୍ଦ, ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଅପ୍ରେଶ ସ୍ୱାଇଁ, ବରିଷ୍ଠ ନେତା ଭାରତ ଦେଓ, ସୁଧୀର ମୁଣ୍ଡ, ଜୟସଙ୍କର ନାଏକ, ସନ୍ତୋଷ ବିଶି, ସନ୍ତୋଷୀ ଦାସ, ସୁକାନ୍ତି ସା, ନିରୁପମା ସାମଲ, ଅକୁର ହରପାଳ,ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ତଥା ତ୍ରିରଙ୍ଗା ଯାତ୍ରାର ଜିଲ୍ଲା ସଂଯୋଜକ ହିମାଂଶୁ ପଣ୍ଡା ମଧ୍ୟ ଉପସ୍ଥିତ ରହି ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା ଓ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ବିଷୟ ଉପସ୍ଥାପନା କରିଥିଲେ।

କର୍ମଶାଳାରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି, ମଣ୍ଡଳ ପ୍ରଭାରୀ ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ପରିଶେଷରେ ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ସମସ୍ତ ଅତିଥି, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
