ଦେଶରେ ବିଜେପି ଶାସିତ ସରକାରଙ୍କ ୧୨ ବର୍ଷ ଏବଂ ଓଡ଼ିଶାରେ ୨ ବର୍ଷ ପୂର୍ତ୍ତିରେ ଲାଞ୍ଜିଗଡ ବିଧାନସଭା ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

ଜୟପାଟଣା:୧୮/୦୬(ନି:ପ୍ର)ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାର (NDA) ସଫଳତାର ସହ ନିଜର ୧୨ ବର୍ଷର କାର୍ଯ୍ୟକାଳ ପୂରଣ କରିଛି। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶା ପାଇଁ ଏହା ଅଧିକ ସ୍ୱତନ୍ତ୍ର। କାରଣ, ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ପ୍ରଥମ ବିଜେପି ସରକାର ମଧ୍ୟ ନିଜର ସଫଳ ୨ ବର୍ଷ ପୂର୍ତ୍ତି କରିଛନ୍ତି।ବୁଦ୍ଧିଜୀବୀ ସମ୍ମିଳନୀର ଉଦ୍ଦେଶ୍ୟ: ଏହି ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ବୁଦ୍ଧିଜୀବୀ ସମ୍ମିଳନୀ’ (Intellectual Meet) ଆୟୋଜନ କରାଯାଇଛି।

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେପିର ରାଜ୍ୟ ଉପ ସଭାପତି ଭାବେନ୍ଦ୍ର ପଣ୍ଡା,ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ ଦିସାରୀ,ଭାଜପା ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ବେହେରା,ପୂର୍ବତନ ଜିଲ୍ଲା ଉପ ସଭାପତି ଭାସ୍କର ପ୍ରସାଦ ବେହେରା,ଜିଲ୍ଲା ଉପ ସଭାପତି ସନ୍ତୋଷିନୀ ଦାସ ପ୍ରମୁଖ ମଞ୍ଚାଷିନ ହୋଇଥିଲେ । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁଧୀର ମୁଣ୍ଡ,ଜିଲ୍ଲା ଉପ ସଭାପତି ମନୋଜ କୁମାର ଅଗ୍ରୱାଲ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ,ଭବାନୀପାଟଣା ନଗର ସଭାନେତ୍ରୀ ଅନିତା ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ଦିବାକର ପଟ୍ଟନାୟକ,ସମାଜସେବୀ ଭାରତେନ୍ଦୁ ବେହେରା, କାଳୀକିଙ୍କର ମିଶ୍ର,ପ୍ରଶାନ୍ତ ପଣ୍ଡା,ହେମନ୍ତ ପଣ୍ଡା,ପ୍ରାଣ ରଞ୍ଜନ ବେହେରା,ହରି କିଶନ ଜୈନ,ଗଙ୍ଗାଧର ମାଝୀ,ଶତ୍ରୁଜିତ ବେହେରା ,ପ୍ରମୁଖ ବୁଦ୍ଧିଜୀବୀ ଯୋଗଦେଇ ସରକାରଙ୍କର ବିକାଶ ମୁଖୀ ଯୋଜନା ଗୁଡ଼ିକର କିପରି ସଫଳ ରୂପାୟନ ହୋଇ ପାରିବ ମତବ୍ୟକ୍ତ କରିଥିଲେ ।

ଏହି ସଭାର ପରିଚାଳନା ଏହି କାର୍ଯ୍ୟକ୍ରମର ସଂଯୋଜକ ବଡ଼ କର୍ଲାକୋଟ ମଣ୍ଡଳ ପ୍ରଭାରୀ ଜଗମୋହନ ପଟ୍ଟନାୟକ କରିଥିଲେ । ସଭାରେ ବାନେର ମଣ୍ଡଳ ସଭାପତି ତାପସ ପଣ୍ଡା,ବଡ଼ କର୍ଲାକୋଟ ମଣ୍ଡଳ ସଭାପତି ପ୍ରକାଶ ଠାକୁର,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ,ବରିଷ୍ଠ ନେତା ସିତାରାମ ନାଏକ, ଉଆଁସୁ ବିଶ୍ଵାଳ,ଲକ୍ଷ୍ମଣ ରଣା,ଅମରେଶ ସିଂ,ଚୈତନ୍ୟ ସେଠୀ,ଡିଙ୍ଗର ରାଉତ,ନାରୀ ନେତ୍ରୀ ଅନୁରାଧା ବୈଠାରୁ,ସୌଦାମିନୀ ପଣ୍ଡା,ଅମୃତାଞ୍ଜଳି ପଣ୍ଡା,ବବିତା ସାହୁ,ଅଭିଳାଷ ବେହେରା,ମାଧବ ବାଗ,ମାନସ ନେଗୀ,ରଶ୍ମି ରଞ୍ଜନ ସାହୁ,ସୋନୁ ପଟ୍ଟନାୟକ, ଟୁଲୁ ରାଉତ, ଜଗ ରାଉତ, ଶୁଭମ୍ ପାଢ଼ୀ,ରାଜା ପଣ୍ଡା ତଥା ଅନେକ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!