ଧର୍ମଗଡ:୧୬/୦୬(ହେମନ୍ତ କୁମାର ମାଝୀଙ୍କ ରିପୋର୍ଟ) କେନ୍ଦ୍ର ସରକେରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ଼ଠାରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧିର ରଞ୍ଜନ ପଟ୍ଟଯୋଶୀ, ପୂର୍ବ ଜିଲ୍ଲା ସଭାପତି ଧନଞୟ ପାତ୍ର, ଅବସର ପ୍ରାପ୍ତ ଡାକ୍ତର ବାବାଜି ଚରଣ ଦାସ ,ବୁଦ୍ଧି ଯିବି ସଂଯୋଜକ ସନ୍ତୋଷ କୁମାର ମେହେର ଉପସ୍ଥିତ ରହି
ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଗତ ବର୍ଷଗୁଡ଼ିକର ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇ ସରକାରଙ୍କ କାର୍ଯ୍ୟଧାରା ଓ ବିକାଶ ନେଇ ନିଜ ମତାମତ ରଖିଥିଲେ। ଏହା ସହିତ ଆଗାମୀ ଦିନରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଓ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସମ୍ମିଳନୀରେ ନିର୍ବାଚନ ମଣ୍ଡଳର ବହୁ ଦଳୀୟ କର୍ମୀ, ସମର୍ଥକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
