ସ୍ୱଦେଶୀ ଜାଗରଣ ମଞ୍ଚ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପ୍ରଶିକ୍ଷଣ ଓ ବିଚାର ବର୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

âନବରଙ୍ଗପୁର – ସ୍ୱଦେଶୀ ଜାଗରଣ ମଞ୍ଚ ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ଅଭିଯାନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଯୁବ ସମାଜ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ସହିତ ସ୍ୱାବଲମ୍ବୀ ହେବା ପାଇଁ ଉଦ୍ୟମିତା ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଅନେକ ପ୍ରକାର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିଥାଏ l ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରାନ୍ତୀୟ ପ୍ରଶିକ୍ଷଣ ଓ ବିଚାର ବର୍ଗ ଜୁନ ମାସ ୨୭ ଓ ୨୮ ସରସ୍ଵତୀ ବିଦ୍ୟା ମନ୍ଦିର, ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ବର୍ଗରେ ସଫଳ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାନ୍ତ ସଂଯୋଜକ ମନୋରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ସୁଶୀଲ ଜୈନ, ଆନନ୍ଦ କୁମାର ରାଓ, ପ୍ରାନ୍ତ ବିଚାର ପ୍ରମୁଖ ରବି ନାରାୟଣ ମିଶ୍ର, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର, ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟପ୍ରସାଦ ଜେନା, କୋରାପୁଟ ବିଭାଗ ସଂଯୋଜକ ମୁରଲୀଧର ରାଉତ, ଜିଲ୍ଲା ପୂର୍ଣ୍ଣକାଳୀନ ରତିକାନ୍ତ ମହାପାତ୍ର, ନବରଙ୍ଗପୁର ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମିଶ୍ର, ମହିଳା ପ୍ରମୁଖ ଶର୍ମିଷ୍ଠା ଦେଓ, ସହ ସଂଯୋଜକ ପ୍ରଭଞ୍ଜନ ମିଶ୍ର, ଦେବାଶିଷ ବିଷୋୟୀ, ବିଶ୍ୱରଞ୍ଜନ ବିଷୋୟୀ ପ୍ରମୁଖ ଯୋଗ ଦେଇ ଯୋଜନା ପ୍ରସ୍ତୁତ କରିଥିଲେ l

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!