ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସାରା ଓଡ଼ିଶାରେ ଗୁଞ୍ଜରିତ ହେଉଛି ପ୍ରଗତିର ସ୍ୱର । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,କୃଷି ତଥା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ମହିଳା ସଶକ୍ତିକରଣ ଜରିଆରେ ସର୍ବବୃହତ ଯୋଜନା ସୁଭଦ୍ରା ସରକାରଙ୍କ ଐତିହାସିକ ପଦକ୍ଷେପ । ଏହା ମାଧ୍ୟମରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା (୫ ବର୍ଷରେ ସମୁଦାୟ ୫୦,୦୦୦ ଟଙ୍କା) ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଛି ।

ସ୍ୱାସ୍ଥ୍ୟ ସେବାରେ ବଡ଼ ବିପ୍ଳବ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଡବଲ୍ ଇଞ୍ଜିନ ସରକାର ଓଡ଼ିଶାରେ କେନ୍ଦ୍ରର ପ୍ରମୁଖ ସ୍ୱାସ୍ଥ୍ୟ ବୀମା ‘ଆୟୁଷ୍ମାନ ଭାରତ’କୁ ଲାଗୁ କରିବା ସହ ରାଜ୍ୟ ଯୋଜନାକୁ ମିଶାଇ ଏହି ନୂଆ ନାମ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରାୟ ୩.୪୬ କୋଟି ଲୋକଙ୍କୁ ମାଗଣାରେ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ଏବଂ କୃଷିର ଉନ୍ନତି ସମୃଦ୍ଧ କୃଷକ ଯୋଜନା ଚାଷୀମାନଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କ୍ଵିଣ୍ଟାଲ ପ୍ରତି ୩,୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରୁଛି ।ପିଏମ୍-କିଷାନ ଓ ସିଏମ୍-କିଷାନ କେନ୍ଦ୍ର ଏବଂ ରାଜ୍ୟର ଯୋଜନା ମିଶି ଦୁଇଗୁଣା ଶକ୍ତି ସହ ଚାଷୀଙ୍କୁ ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛି।

ଗ୍ରାମୀଣ ବିକାଶ ଓ ବାସଗୃହ ବିକଶିତ ଗାଁ, ବିକଶିତ ଓଡ଼ିଶା ପୂର୍ବ ଗ୍ରାମୀଣ ଯୋଜନାଗୁଡ଼ିକର ରୂପାନ୍ତରଣ କରି କେନ୍ଦ୍ରୀୟ ଅନୁଦାନ ସହାୟତାରେ ପ୍ରତି ଗାଁରେ ପକ୍କା ରାସ୍ତା, ଆଲୋକୀକରଣ ଏବଂ ସିଶୁ ବାଟିକା ଶ୍ରେଣୀଗୃହ ଭଳି ଆଧୁନିକ ଭିତ୍ତିଭୂମି ତିଆରି ଚାଲିଛି । ପକ୍କା ଘର ଅଭିଯାନ ସରକାର ପ୍ରାୟ ୩୭ ଲକ୍ଷ ଗରିବ ପରିବାରଙ୍କୁ ନିଜସ୍ୱ ପକ୍କା ଘର ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଶିକ୍ଷା ଓ ଯୁବ କଲ୍ୟାଣମାଗଣା ଶିକ୍ଷା ଡବଲ୍ ଇଞ୍ଜିନ ସରକାର ଗରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ କିଣ୍ଡରଗାର୍ଟନ (KG) ଠାରୁ ଆରମ୍ଭ କରି ପୋଷ୍ଟ-ଗ୍ରାଜୁଏସନ (PG) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଘୋଷଣା କରିଛନ୍ତି।ପଞ୍ଚସଖା ଶିକ୍ଷା ସେତୁ ଓ ଆମ ଗୌରବ ଆମ କଲେଜ ବିଦ୍ୟାଳୟ ଏବଂ କଲେଜ ଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ସ୍ୱଚ୍ଛ ଶିକ୍ଷା ବ୍ୟବସ୍ଥା ପାଇଁ ଏହି ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏପରି ଶତାଧିକ ଯୋଜନା କ୍ରମାନ୍ୱୟରେ ସରକାର ସଫଳତାର ସହିତ କାର୍ଯ୍ୟକାରୀ କରି ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଅଗ୍ରସର ହେଉଛନ୍ତି ।
