ସମ୍ମାନିତ ହେଲେ ନିୟମିତ ବିଲ୍ ପୈଠ କରିଥିବା ବିଦ୍ୟୁତ୍ ଉପଭୋକ୍ତା

 

ଜୟପାଟଣା, ୧୧/୦୬ (ଜନମତ ନ୍ୟୁଜ୍): ଟାଟା ପାୱାର ଲିମିଟେଡ ପକ୍ଷରୁ ନିୟମିତ ଭାବେ ବିଦ୍ୟୁତ୍ ବିଲ୍ ପୈଠ କରି ସଂସ୍ଥାକୁ ସହଯୋଗ କରୁଥିବା ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତି ମାସରେ ବିଭିନ୍ନ ଉପହାର ପ୍ରଦାନ କରାଯାଉଛି। ଏହି ପୁରସ୍କାର ପାଇଁ ଲଟେରୀ ମାଧ୍ୟମରେ ଉପଭୋକ୍ତାଙ୍କ ତାଲିକା ଚୟନ କରାଯାଇ ଥାଏ । ଆଜି ଚାହାରବାହାଲ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଭାଗୀୟ ଏସଡିଓ ଦୀପକ କୁମାର ବେହେରାଙ୍କ ଉପସ୍ଥିତିରେ ଚୟନିତ ଉପଭୋକ୍ତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପଦକ୍ଷେପ ମାଧ୍ୟମରେ ଉପଭୋକ୍ତାଙ୍କ ମଧ୍ୟରେ ବିଦ୍ୟୁତ୍ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଲ୍ ପୈଠ ପାଇଁ ଆଗ୍ରହ ଦେଖାଦେବ । ହେବା ବି ସ୍ଵାଭାବିକ,କାହିଁକି ନା ବିଦ୍ୟୁତ୍ ବିନା ଦୈନନ୍ଦିନ ଜୀବନ ବିତେଇବା ସମ୍ଭବପର ନୁହଁ । ତେଣୁ ଉପଭୋକ୍ତା ଏହି ସେବାର ଦେୟ ନିୟମିତ ଦେଲେ, ଜନସାଧାରଣଙ୍କୁ ବିଦ୍ୟୁତ୍ ସରବରାହରେ କୌଣସି ବାଧା ରହିବ ନାହିଁ ବୋଲି ବିଭାଗୀୟ ଏସ ଡି ଓ ଦୀପକ କୁମାର ବେହେରା ସମସ୍ତ ଉପଭୋକ୍ତାଙ୍କୁ ଅପିଲ କରିଥିଲେ । ଆଜି ସମୁଦାୟ ପୁରସ୍କାର ୩୨ଟି ପୁରସ୍କାର ଦିଆଗଲା ।ତନ୍ମଧ୍ୟରେ ସ୍ମାର୍ଟ ଫୋନ୍ ୨ ଗୋଟି, ସ୍ମାର୍ଟୱାଚ ୬ଗୋଟି, ସ୍ମାର୍ଟ ସ୍ପିକର ୪ଗୋଟି ଏବଂ ଇ ଫୋନ୍ ୨୦ ଗୋଟି ଦିଆଯାଇ ଥିଲା । ଏହି ପୁରସ୍କାର ପ୍ରତ୍ୟେକ ମାସରେ ଉପଭୋକ୍ତାଙ୍କୁ ଲଟେରୀ ମାଧ୍ୟମରେ ବଣ୍ଟା ଯାଉଥିବା ପ୍ରକାଶ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!