ଧାନ କ୍ରୟକୁ ନେଇ ଲିଫ୍ଟ କେନାଲ ଚାଷୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେଲା

ସୂତ୍ରରୁ ପ୍ରକାଶ ସରକାର ଖୁବଶିଘ୍ର ସକାରାତ୍ମକ ନିଷ୍ପତି ନେବେ

କଳାହାଣ୍ଡି:୮/୫/୨୦୨୬
ରବି ଧାନ କ୍ରୟକୁ ନେଇ ଲିଫ୍ଟ କେନାଲ ଅଧିନସ୍ଥ ଚାଷୀ ଅନିଶ୍ଚିତତାରେ ଗତି କରୁଛନ୍ତି । ଏହାକୁ ନେଇ କୋକସରା ଅଞ୍ଚଳରେ ଆନ୍ଦୋଳନ ତୀବ୍ରତର ହେଉଛି । କିନ୍ତୁ ବିଶେଷ ସୂତ୍ରରୁ ପ୍ରକାଶ ଚଳିତ ଋତୁର ଲିଫ୍ଟ କେନାଲ ଅଧିନସ୍ଥ ଫସଲ ଚାଷକୁ ନେଇ ସରକାରଙ୍କ ପାଖକୁ ରିପୋର୍ଟ ଯିବାରେ ଗଡବଡ ହୋଇଛି । ୨୦୨୫ ମସିହା ରବି ଫସଲ ସମୟରେ କେନାଲ ପମ୍ପର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜଳ ସେଚନ ବନ୍ଦ ହୋଇଥିଲା କିନ୍ତୁ ୨୦୨୬ ମସିହାରେ ଲିଫ୍ଟ କେନାରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବା ଯୋଗୁଁ ପାଣି ଛଡାଗଲା,ଏହି ପାଣି ଛଡାଯିବା ରିପୋର୍ଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଜଣାଇବାରେ ତ୍ରୁଟି ରହି ଯାଇଥିବା ସୂଚନା ହସ୍ତଗତ ହୋଇଛି । କିନ୍ତୁ ୧୮୮୦୦ ହେକ୍ଟର ଚାଷର ରିପୋର୍ଟ କିପରି ହୋଇ ପାରିନାହିଁ ପ୍ରଶ୍ନବାଚୀ । ବର୍ତ୍ତମାନ ସୁଦ୍ଧା ଯାହା ଜଣା ପଡ଼ୁଛି ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟଯୋଷିଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଡ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଟିମ୍ ରାଜ୍ୟ ନେତୃବୃନ୍ଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣା ପଡିଛି । ସୂତ୍ରରୁ ପ୍ରକାଶ ଖୋଦ୍ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୌଣସି ଅସୁବିଧାରେ ପକା ଯିବ ନାହିଁ ନିଶ୍ଚୟ ଧାନ କ୍ରୟ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପଟେ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ନେତୃତ୍ୱରେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରାଯାଇଛି । ବିଶେଷ କରି ବିଜୁ ଜନତା ଦଳ ଏହି ମୁଦ୍ଦାକୁ ହାତ ଛଡ଼ା କରିବାକୁ ଚାହୁଁ ନଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ରାଜ୍ୟ କ୍ରୟ ପାଇଁ ପ୍ରକ୍ରିୟାରେ ବିଳମ୍ବ ହେବା ସରକାରଙ୍କ ପ୍ରତି ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଉଛି । ନିଜ କଷ୍ଟ ଉପାର୍ଜିତ ଧାନ ତାହା ପାଇଁ ବୋଝ ନହେଉ । ରବି ଫସଲ ଅମଳ ସମୟରେ ପାଣି ପାଗରେ ପରିବର୍ତ୍ତନ ଆସିଥାଏ,ପବନ,ଝଡ଼ ବର୍ଷା,କୁଆ ପଥର ମାଡ଼ର ସମ୍ଭାବନା ଅଧିକ ଥାଏ । ତେଣୁ ଚାଷୀ ଧାନ ଶୀଘ୍ର ବିକିବା ପାଇଁ ତତ୍ପରତା ଦେଖାଇ ଥାଏ । ଏପର୍ଯ୍ୟନ୍ତ ବିକ୍ରି ପାଇଁ ରାସ୍ତା ନବାହାରିବା ଏକ ଭୟ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି । ଏହି ଅଭାବନୀୟ ପରିସ୍ଥିତିକୁ ସକାରାତ୍ମକ ନିଷ୍ପତି ନେଇ ସରକାର ଦ୍ଵନ୍ଦ ଦୂର କରିବା ପାଇଁ ଦାବି ହେଉଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲା ପରେ ଧାନର ଇନ୍ ପୁଟ୍ ସବସିଡି ୮୦୦ ଟଙ୍କା ବଢିବା ପରେ ଚାଷୀର ଆର୍ଥିକ ପରିସ୍ଥିତି ସୁଦୃଢ଼ ହୋଇ ପାରିଛି । ଧାନ କ୍ରୟ ପ୍ରକ୍ରିୟାକୁ ଆଉ କିପରି ଉନ୍ନତ କରାଯାଇ ପାରିବ ସରକାରଙ୍କୁ ଚାଷୀ ମହଲରେ ଦାବି ହେଉଛି ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!