କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେଲେ ଅଭିନାଶ

 

 କଳାହାଣ୍ଡି:୧୦/୫/୨୦୨୬  ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶରେ ଅନୁପ୍ରାଣିତ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କୁ ସର୍ବଦା ଅଗ୍ରାଧିକାର ଦେଇଥାଏ । ଏଭଳି ଜଣେ ଯୁବନେତା ଜୟପାଟଣା ବ୍ଲକର ଅଭୀନାଶ ନନ୍ଦ ତୃଣମୂଳ ସ୍ତରରୁ ଆସି ପାର୍ଟିର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଯୁବମୋର୍ଚ୍ଚାର ନୂତନ ଜିଲ୍ଳା ସଭାପତି ଭାବରେ ଦାୟିତ୍ଵ ପାଇଛନ୍ତି । ସେ ଜଣେ ସୁସଂଗଠକ ହୋଇଥିବାରୁ ସମଗ୍ର ଜିଲ୍ଲାରେ ଯୁବ ଶକ୍ତି ସୁଦୃଢ଼ ହେବ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ରାଜ୍ୟରେ ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ଶାସନ କରୁଛି,ପାର୍ଟିର ଏପରି ସ୍ଵର୍ଣ୍ଣିମ ସମୟରେ କଳାହାଣ୍ଡି ଯୁବ ସଂଗଠନକୁ ଶସକ୍ତ କରିବାରେ ଉପଯୁକ୍ତ ବାତାବରଣ ଅଛି । ଅଭିଆଶ ନନ୍ଦଙ୍କ ଉପରେ ପାର୍ଟି ଆସ୍ଥା ପ୍ରକଟ କରି ଗୁରୁତ୍ଵପର୍ଣ୍ଣ ଦାୟିତ୍ଵ ଦେଇଥିବା ଜଣା ପଡ଼ିଛି । ଏହି ଘୋଷଣା ପରେ ଜିଲ୍ଲାରେ ଯୁବ ପିଢ଼ିଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!