ହେ ପ୍ରଭୁ, ଏ କେଉଁ ଝଡ଼ର ପୂର୍ବାଭାଷ ଆଜି,
କେତେ ଆଉ ଜୀବନ ନେବ ନର ହନ୍ତା ସାଜି,
ବିଶ୍ଵ ଶାନ୍ତିର କି ନାହିଁ ପ୍ରୟୋଜନ
ପାଷାଣ ହୃଦୟ ନେଉଛି ନିରୀହ ଜୀବନ
ଯୁଦ୍ଧ କ’ଣ ଏକମାତ୍ର ବିକଳ୍ପ
ଆଉ କଣ ଏହାର ନାହିଁ ସମାଧାନ,
କଳିର କରାଳ ଗ୍ରାସେ ବିଧ୍ଵଂଶ ହୋଇବେ
ପରସ୍ପର ଯୁଦ୍ଧ କରି ସବୁ ଚାଲିଯିବେ,
ଜଳ ସ୍ଥଳ ଆକାଶରେ କରି ବିସ୍ପୋରଣ
ଦୋହଲି ପଡ଼ିବ ମହୀ ସହି ନ ପାରିଣ,
ପାଦ ତଳୁ ମାଟି ଯେବେ ଖସି ଯିବ
ନା’ ତୁ ରହିବୁ ନା’ ଆମେ ମହାକାଶେ ନିଶ୍ଚେ ସର୍ବେ ବିଲୀନ ହୋଇବ,
ଆସ ହେ ସତ୍ୟ ତୁମକୁ କରୁଛି ସ୍ଵାଗତ
କଳିଙ୍କର ଲୀଳା ଦେଖି ହେଲୁଣି ବିବ୍ରତ ।।
ହେ ପ୍ରଭୁ, ଏ କେଉଁ ଝଡ଼ର ପୂର୍ବାଭାଷ ଆଜି,
କେତେ ଆଉ ଜୀବନ ନେବ ନର ହନ୍ତା ସାଜି,
ବିଶ୍ଵ ଶାନ୍ତିର କି ନାହିଁ ପ୍ରୟୋଜନ
ପାଷାଣ ହୃଦୟ ନେଉଛି ନିରୀହ ଜୀବନ
ଯୁଦ୍ଧ କ’ଣ ଏକମାତ୍ର ବିକଳ୍ପ
ଆଉ କଣ ଏହାର ନାହିଁ ସମାଧାନ,
କଳିର କରାଳ ଗ୍ରାସେ ବିଧ୍ଵଂଶ ହୋଇବେ
ପରସ୍ପର ଯୁଦ୍ଧ କରି ସବୁ ଚାଲିଯିବେ,
ଜଳ ସ୍ଥଳ ଆକାଶରେ କରି ବିସ୍ପୋରଣ
ଦୋହଲି ପଡ଼ିବ ମହୀ ସହି ନ ପାରିଣ,
ପାଦ ତଳୁ ମାଟି ଯେବେ ଖସି ଯିବ
ନା’ ତୁ ରହିବୁ ନା’ ଆମେ ମହାକାଶେ ନିଶ୍ଚେ ସର୍ବେ ବିଲୀନ ହୋଇବ,
ଆସ ହେ ସତ୍ୟ ତୁମକୁ କରୁଛି ସ୍ଵାଗତ
କଳିଙ୍କର ଲୀଳା ଦେଖି ହେଲୁଣି ବିବ୍ରତ ।।
