* ଟଙ୍କା*
ଟଙ୍କା ପାଇଁ ଏଠି ସବୁ ରାଜନୀତି
ଟଙ୍କା ଅଟେ ବର୍ତ୍ତମାନ,
ଯାହା ପାଖେ ନାହିଁ ଟଙ୍କାର ଭୂଷଣ
ସିଏ ଅଟେ ହୀନିମାନ ।
ଅଲୋଡା ହୁଅନ୍ତି ଜ୍ଞାନୀ ମାନି ଏଠି
ଅଜ୍ଞାନୀଙ୍କ ତଳେ ଗଣା,
ଟଙ୍କା ପାଖେ ଥିଲେ ମିଳେ ସନମାନ
ଜ୍ଞାନୀ ହୁଏ ବାଟବଣା ।
ଟଙ୍କା ବିନା ଏଠି ଶିକ୍ଷିତ ଛାତ୍ର ଟି
ଅଜ୍ଞାନୀର ବେଠି ଖଟେ
ଅଜ୍ଞାନୀ ଲୋକଟି ଟଙ୍କା ଖଟାଇଲେ
ନେତା ମନ୍ତ୍ରୀ ଘରେ ଭେଟେ ।
ଟଙ୍କା ଟଙ୍କା ବୋଲି ସବୁ ଭୁଲିଯାଏ
ଜ୍ଞାନୀ ହୁଏ ବାଟବଣା
ଟଙ୍କା ଲାଞ୍ଚ ଖାଇ ଦୁର୍ନୀତି କରଇ
ଶେଷରେ କୋର୍ଟ କୁ ହୁଅଇ ଟଣା ।
ହେ ମାନବ ତୁମେ ନ ହୁଅ ଅଜ୍ଞାନ
ନୀତି କର ଅନୁଚିନ୍ତା
ଆସିଛୁ ନଙ୍ଗଳା ଯିବୁ ବି ନଙ୍ଗଳା
ପ୍ରଭୁଙ୍କୁ ଡର, ହୋଇବୁ ଜଗତଜିତା ।
