ଭତରା ସମ୍ପ୍ରଦାୟର ନୂତନ କମିଟିର ଶପଥ ପାଠ ଅନୁଷ୍ଠିତ

ଜୟପାଟଣା:୩/୫/(ନି:ପ୍ର)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଅଞ୍ଚଳ ପକ୍ଷରୁ ନୂତନ କମିଟିର ଶପଥ ପାଠ ବୈଠକ ପିପଲଗୁଡା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଭୈରବ ଦେବଙ୍କ ପୂଜା ଅର୍ଚ୍ଚନା କରାଯାଇ ଅତିଥି ମାନଙ୍କୁ ସ୍ୱାଗତ,ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଞ୍ଚଳ ସଭାପତି ଶ୍ରୀ କୁଞ୍ଜବିହାରୀ ନେଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ବିଜୟ ଦିଶାରି ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କୈଳାସ ମାଝୀ, କ୍ଷୀରୋଦ ମାଝୀ, ରଣସାଏ ପାତ୍ର, ମନୋଜ ପାତ୍ର, ଲୋକେଶ ନାଏକ,ଲକ୍ଷ୍ମୀକାନ୍ତ ମାଝୀ, ବଂଶୀଧର ଚଲାନ,ଦିଲ୍ଲୀପ ପୂଝାରୀ, ଗୋପାଳ ପୂଝାରୀ,ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ନୂତନ ଅଞ୍ଚଳ କମିଟିର ସଭାପତି ଭାବେ କୁଞ୍ଜ ବନ ନେଗି, ଉପସଭାପତି ଭାବେ କ୍ଷୀରୋଦ ମାଝୀ, ସମ୍ପାଦକ ଭାବେ ରମାକାନ୍ତ ମାଝୀ, ସ ହ-ସମ୍ପାଦକ ଭାବେ ରାଜ ନାଏକ ଓ କୋଷାଧ୍ୟକ୍ଷ ଭାବେ ଦୀନବନ୍ଧୁ ନାଏକଙ୍କୁ ଶପଥ ପାଠ କରାଯାଇଥିଲା। ସେହିପରି ୧୪ଟି ଭାତ୍ କମିଟିର ସଭାପତି ଓ ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା।
କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ରମାକାନ୍ତ ମାଝୀ କରିଥିଲେ । ଶେଷରେ ରାଜ ନାଏକ ଧନ୍ୟବାଦ ଜଣାଇଥିବା ବେଳେ କୁଞ୍ଜ ବନ ନେଗି ସଭା ସମାପ୍ତ କରିଥିଲେ ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!