ଜୟପାଟଣା:୨/୫/୨୦୨୬
ଜୟପାଟଣା ପଞ୍ଚାୟତ ସମିତିର ଲୋକପ୍ରିୟ କର୍ମଚାରୀ ବିପିସି ଭାବେ କାର୍ଯ୍ୟରତ ଥିବା ଚନ୍ଦନ ସାହୁଙ୍କ ଅକାଳ ବିୟୋଗ ଖବର ଶୁଣି, ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ସାହୁ ଜଣେ ନମ୍ର,ସରଳ,ମିଷ୍ଠ ଭାଷୀ ମଣିଷ ଥିଲେ । ସେ ତାଙ୍କ କାର୍ଯ୍ୟକାଳ ଭିତରେ ଜନ ସାଧାରଣଙ୍କ କାମକୁ ସର୍ବଦା ଅଗ୍ରାଧିକାର ଦେଇ ଶୀଘ୍ର କରାଇ ଦେଉଥିଲେ । ତାଙ୍କର ଏପରି ଆକସ୍ମିକ ବିୟୋଗରେ ଅଞ୍ଚଳବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ।
