ବନ୍ୟପ୍ରାଣୀ ଶିକାର : ୪ ଗିରଫ, ବନ୍ଧୁକ ଜବତ

କନ୍ଧମାଳ- ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଜଙ୍ଗଲ ଲରେ ନିଆଁ ଲଗାଇବା ଏବଂ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ଲୁଟାସିଙ୍ଗ ପାଟମାଝୀ(୩୫), ଜିତୁମାଝୀ(୨୧) ଫିନାସ ମଳିକ(୩ ମଳିକ(୩୦ ), ରାଜେନ୍ଦ୍ର ମାଝୀ (୪୫) । କୋଟଗଡ ଅଭୟାରଣ୍ୟ ପିଡାମାହ ଗ୍ରାମ ନିକଟରେ ଜଙ୍ଗଲରେ ଫୁଲରେ ନିଆଁ ଲଗାଇବା ସହ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ବିସ୍ଫୋରକ, କଇଁଚି ସହ ଏକ ବାଇକ୍ ଜବତ କରାଯାଇଛି ଇଛି। ଏନେଇ ତୁମୁଡିବନ୍ଧ ବନାଞ୍ଚଳରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ରାଜନୀ ମେହେର ସୂଚନା ଦେଇଛନ୍ତି। ଏହି ଚଢଉରେ ବନପାଳ ଦେବା ଦେବାଶିଷ ଚୌଧୁରୀ, ବନରକ୍ଷୀ ସତ୍ୟନାରାୟଣ ଦୋରା ଓ ସ୍ବପ୍ନା ପାତ୍ର ପ୍ରମୁଖ ସାମିଲ ଥିଲେ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!