୫୬ତମ ୨୪ ପ୍ରହର ନାମଯଜ୍ଞ: ଉତ୍ସବମୁଖର ସର୍ଗିଗୁଡା

କଳାହାଣ୍ଡି (ଜନମତ) : ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୫୬ତମ ୨୪ ପ୍ରହର ନାମଯଜ୍ଞ ଗୁରୁବାର ତୃତୀୟ ଦିନରେ ପହଞ୍ଚିଛି। ନାମକରା ସଂକୀର୍ତ୍ତନ ମଣ୍ଡଳୀ ସବୁ ଆସିଥିବାରୁ ପ୍ରବଳ ରୌଦ୍ରତାପ ସତ୍ତ୍ୱେ ଏହି ନାମଯଜ୍ଞ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ମଧ୍ୟାହ୍ନ ଓ ରାତି ଦୁଇ ସମୟରେ ଅନ୍ନଛତ୍ର ଚାଲୁଛି। ପାନୀୟଜଳର ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଯୋଗୁଁ ଉତ୍ସବ ମୁଖର ହୋଇ ଉଠିଛି ସର୍ଗିଗୁଡା। ପରିଚାଳନା ସମିତିର ସଭାପତି ଅଜୟ ନାଏକ ଓ ସମ୍ପାଦକ ଅନନ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଯଜ୍ଞ ପରିଚାଳିତ ହେଉଛି। କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ଵାଳ, ଚକ୍ରଧର ସା, ଉଗ୍ରସେନ ଗୌଡ, ଖଗେଶ୍ୱର ବିଶ୍ଵାଳ, ନାରାୟଣ ମାଝୀ, ପ୍ରଦୀପ କୁମାର ନାଏକ, କିଶୋର କୁମାର ନାଏକ, ନିକୁଞ୍ଜ ନାଗ, ଲଳିତ ପଧାନ, ସଞ୍ଜୟ ନାଏକ, ରଞ୍ଜନ ବିଶ୍ୱାଳ, ମାନସ ସା, ନିହାର ନାଏକ, ରଜତ ନାଏକ, ପପୁ ନାଏକ, ଯତୀନ ସାହୁ, ଲଳିତ ପଧାନ, ଶେଷ ପଧାନ, ଗୁଲେଶ ପଧାନ, ଚିଟା, ବିନୟ ଭୋଇ, ରଜତ କୁମାର ନାଏକ, ଘନଶ୍ୟାମ ଭୋଇ, ଅର୍ଚ୍ଛୁତ ପଧାନ, ପଙ୍କଜ ପଧାନ, ମୋହନ ସାହୁ, ଶଶିଦେବ ନାଗ, ଭବାନୀ ବାଗ, ବୁଲୁ ମିଶ୍ର, ବୈଷ୍ଣବ ନାଏକ, କୃଷ୍ଣଚନ୍ଦ୍ର ପୋଢ, ଯଦୁ ମାଝୀ, ବିଦେଶୀ ବାଗ, ବିପ୍ର ବିଶ୍ୱାଳ, ଠାକୁର କୁମାର ବେହେରା, ପରମେଶ୍ୱର ବିଶ୍ୱାଳ, ଚୁଡାମଣି ଭୋଇ, କବିରାଜ କରୁଆଁ, ମାଝୀଗୌରୀ ପଣ୍ଡା, ଫକୀର ନାଗ, ସୁବୋଧ ବିଶ୍ବାଳ, ସୁରେଶ ବିଶ୍ଵାଳ, ମଣ୍ଟୁ ଅଗ୍ରୱାଲା, ରତନ ଅଗ୍ରୱାଲା, ସଞ୍ଜୟ ସରାଫ, ଜୈମିନି ନାଏକଙ୍କ ସମେତ ଗ୍ରାମବାସୀ ବିଭିନ୍ନ ଦାୟୀତ୍ୱରେ ରହି ସହଯୋଗ କରୁଛନ୍ତି। ମୁଖ୍ୟ ପୂଜକ ଭାବରେ ପାକେଲ ପଡ଼ାର ପଣ୍ଡିତ ସନ୍ତୋଷ ରଥ, ଜପକ ଭାବରେ ରଶ୍ମିରଞ୍ଜନ ରଥ ଓ ବିନୋଦ ମିଶ୍ର, ପାଚକ ଭାବରେ ନାରାୟଣ ପାଢୀ ଦାୟୀତ୍ୱ ନିର୍ବାହ କରୁଥିବା ଜଣାପଡିଛି।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!