ଜୟପାଟଣା:ଅଲ୍ ଓଡ଼ିଶା ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

 

ଜୟପାଟଣା:ଅଲ୍ ଓଡିଶା ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ ଜୟପାଟଣାରେ ଆୟୋଜିତ ହୋଇ ଯାଇଛି । ଏହି ଭବ୍ୟ କ୍ରିଡାତ୍ସୋବରେ ଓଡ଼ିଶାର କୋଣ ଅନୁକୋଣରୁ ୧୬ଟି କ୍ରିକେଟ୍ ଟିମ୍ ଭାଗ ନେଇଥିଲେ ତନ୍ମଧ୍ୟରୁ ଅନୁଗୁଳ ଓ ଜୟପାଟଣା ଫାଇନାଲକୁ ଉନ୍ନୀତ ହୋଇଥିଲେ ।ଟୁର୍ଣ୍ଣାମେଣ୍ଟର ବେଷ୍ଟ ଟିମ୍ ସ୍କୋର ଜୟପାଟଣା ପୀୟୂଷ ୱାରିଅର୍ସ ଦଶ ଓଭରରେ ୨୨୩ ରନ୍ ଏବଂ ଏହି ମ୍ୟାଚ୍ ରେ ଆଇ ଏସ୍ ପି ଏଲ ଲିଗ୍ ରେ ଅମିତାଭ ବଚନଙ୍କ ଟିମ୍ ରେ ଖେଳିଥିବା ମାଝୀ ମୁମ୍ବାଇର ଟିମର ଛୋଟୁ ଆକାଶ ୨୭ ବଲ୍ ରେ ୧୦୩ ରନ୍ କରି ଦର୍ଶକଙ୍କ ମନ କିଣି ନେଇଥିଲେ ।


ଫାଇନାଲରେ ପୀୟୂଷ ୱାରିଆର ଜୟପାଟଣା ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ବିନିମୟରେ ୮୩ରନ୍ କରିଥିଲେ । ଏହାର ଜବାବରେ ପୀୟୂଷ ୱାରିଆର୍ ର ଘାତକ ବୋଲିଂ ଏବଂ ରଣନୀତି ଯୋଗୁଁ ଷ୍ଟର୍ମ ବ୍ରେକର୍ସ ଅନୁଗୁଳ ୬ ଉଇକେଟ୍ ବିନିମୟରେ ନିର୍ଦ୍ଧାରିତ ୮ ଓଭରରେ ମାତ୍ର ୬୫ ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲେ । ଫାଇନାଲ ଖେଳରେ ମ୍ୟାନ ଅଫ ଦ ମ୍ୟାଚ୍ ରଞ୍ଜିତ ମହନ୍ତ, ମ୍ୟାନ ଅଫ ଦ ସିରିଜ୍ ଲୀପୁ ବେହେରା, ଟୁର୍ଣ୍ଣାମେଣ୍ଟ ବେଷ୍ଟ ବ୍ୟାଟର ଛୋଟୁ ଆକାଶ, ବେଷ୍ଟ ବୋଲୋର୍ ବଣ୍ଟି ନାଏକ, ବେଷ୍ଟ ଅଲରାଉଣ୍ଡର ଦେବାଶିଷ ପାଟସାଣି, ବେଷ୍ଟ ଫିଲ୍ଡର ଶିବା ପଟେଲଙ୍କୁ ଦିଆ ଯାଇଥିଲା । ବିଜେତାଙ୍କୁ ୫୦ହଜାର୍ ନଗଦ ରାଶି ସହିତ ସୁନ୍ଦର ଆକର୍ଷଣୀୟ କପ୍ ଏବଂ ଉପ ବିଜେତାଙ୍କୁ ୩୦ହଜାର ସହିତ କପ୍ ପ୍ରଦାନ କରାଯାଇଥିଲା ।

 

ଏପରି ଏକ ଚିତ୍ତାକର୍ଷକ ରାତ୍ରିର ଫ୍ଲଡ ଲାଇଟ୍ ଆଲୋକ ଏବଂ ସୁସଜ୍ଜିତ ରଙ୍ଗୀନ ଆଲୋକ ମାଳାରେ ପାଞ୍ଚ ରାତି ଓଡ଼ିଶାର ବଡ଼ ବଡ ଖେଳାଳିଙ୍କ ଖେଳ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ କ୍ଷେତ୍ରରୁ ହଜାର ହଜାର କ୍ରିକେଟ୍ ପ୍ରେମୀ ମାନଙ୍କୁ ଟାଣି ଆଣିଥିଲା । ଦିନର ପ୍ରଚଣ୍ଡ ତାତିକୁ ଭୁଲି ଯିବା ପାଇଁ ରାତ୍ରିର ଖୋଲା ଆକାଶ ତଳେ ଖେଳ ଦେଖିବାର ଭରପୁର ଆନନ୍ଦ ଉଠାଇଥିଲେ ଦର୍ଶକ । ଭାସ୍ୟକାର ଶାଶ୍ଵତ ପଣ୍ଡା ଏବଂ ବୁଦ୍ଧଦେବ ମହାରଣାଙ୍କ ସୁନ୍ଦର ବାଣୀ ଏବଂ କ୍ରିକେଟ୍ ବାଣୀର ଲାଇଭ୍ ଟେଲିକାଷ୍ଟ ,ବବୁଲ ଆମ୍ପାୟାରଙ୍କ ଜୋକ୍,ଡାନ୍ସ,ଅଭିନୟ ମାଧ୍ୟମରେ ଡିସିଜନ୍ ଦେବା ଦୀର୍ଘ ଦିନ ସ୍ମରଣୀୟ ରହିବ ।ଟୁର୍ଣ୍ଣାମେଣ୍ଟ ଅବସରରେ ପ୍ରତିଦିନ ବିଭିନ୍ନ କ୍ଷେତ୍ରରୁ ଅତିଥିଗଣଙ୍କୁ ଖେଳ ପାଇଁ ଆମନ୍ତ୍ରିତ କରାଯାଇଥିଲା । ଏଥିରେ ବିଜେପିରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଏସ ଡି ସି ଚ୍ୟାରମେନ ବିଜୟ କୁମାର ଦିଶାରି,ବରିଷ୍ଠ ସାମ୍ବାଦିକ ଶେଶଦେବ ବେହେରା,ବରିଷ୍ଠ ନେତା ଗଙ୍ଗାଧର ମାଝୀ,ଅରବିନ୍ଦ ପଣ୍ଡା,ଅଭିନାଶ ନନ୍ଦ, ବିଭୂତି ଭୂଷଣ ପାଣିଗ୍ରାହୀ, ପ୍ରବୀଣ ମୁଣ୍ଡ, ତୋଫାନ ସୁନାନୀ ଏବଂ ବରିଷ୍ଠ ସଦସ୍ୟ ଯୋଗଦେଇ ଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ସମାଜସେବୀ ମାଣିକ୍ୟଜ୍ୟୋତି ପଣ୍ଡା,ଦିବାକର ପଟ୍ଟନାୟକ,ସୁବାସ ଚନ୍ଦ୍ର ମୁଣ୍ଡ,ବ୍ୟବସାୟୀ ଦୀପକ ଅଗ୍ରୱାଲ, ରାକୁ ଜୈନ,ରାଜୁ ଅଗ୍ରୱାଲ, ଅମିତ୍ ଅଗ୍ରୱାଲ, ଅମରେଶ ସିଂହ,ହରି କିଶନ ଜୈନ, ରାଜେଶ ଅଗ୍ରୱାଲ, ଅମିତ ପଣ୍ଡା,
ସାମ୍ବାଦିକ ବିକ୍ରମାଦିତ୍ୟ ସିଂ ଦେଓ,ବରିଷ୍ଠ ଉକିଲ ଗଙ୍ଗାଧର ପାତ୍ର ତଥା ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷ ଦିବସର ପ୍ରଥମାର୍ଦ୍ଧରେ ସ୍ଥାନୀୟ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି,ମନୋରଞ୍ଜନ ସିଂ,ଯୁବ ନେତା ମୁନୁ ବାଗ, ଅମ୍ବୁଜ ଧଙ୍ଗଡା ମାଝୀ, ଅନିଲ ସାହୁ ଏବଂ ଅନେକ ଯୁବ ପ୍ରତିଭା ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚରେ ସ୍ଥାନୀୟ ବିଡ଼ିଓ ଧର୍ମରାଜ୍ ମାଝୀ, ସମାଜସେବୀ ପ୍ରାଣ ରଞ୍ଜନ ବେହେରା,ଦିଲ୍ଲୀପ କୁମାର ରାଉତ, ସତ୍ୟ ନାରାୟଣ ଅଗ୍ରୱାଲ,ଜ୍ଞାନ ରଞ୍ଜନ ବାରିକ, ଅମ୍ବୁଜ ଧଙ୍ଗଡାମାଝୀ,ଶଶାଙ୍କ ଶେଖର ଠାକୁର,ମନୋଜ ରାଉତ,ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ଦୁଇ ପୂର୍ବତନ ବରିଷ୍ଠ କ୍ରୀଡାବିତ କୃଷ୍ଣ ଚନ୍ଦ୍ର ରାଉତ ଏବଂ ଜଗମୋହନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଯୁବ ପ୍ରତିଭା ଭବାନୀ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବେଷ୍ଟ ଇଲେଭେନ୍ କ୍ରିକେଟ୍ ଟିମ୍ ର ନୂତନ ଓ ପୁରାତନ ଖେଳାଳିଙ୍କ ସହଯୋଗରେ ଏହି କ୍ରୀଡା ଉତ୍ସବ ସଫଳ ହୋଇଥିଲା । ଖେଳାଳିଙ୍କ ମାନଙ୍କ ଖାଦ୍ୟପେୟ ତଥା ରହଣି ପାଇଁ ସୁବନ୍ଦୋବସ୍ତ ସାନ ନାଏକ ଏବଂ ଚନ୍ଦ୍ରମଣି ନାଏକଙ୍କ ନେତୃତ୍ୱରେ ମାଧବ ସିଂ,ଗୁଞ୍ଜୁ ରାଉତ, ମଣ୍ଟୁ ଖର୍ସେଲ,ଗଜିନ୍ଦ୍ର ସୁନା ପ୍ରମୁଖ ଖେଳାଳିଙ୍କ ଯୋଗଦାନ ପ୍ରଶଂସନୀୟ ଥିଲା । ପିଚ୍ ଏବଂ ଖେଳ ପରିଚାଳନାରେ ଲୋକେଶ କୁମାର ଦାସ ଚିତାନନ୍ଦ ବାଗ ଏବଂ ସାଥି ଖେଳାଳି ସମ୍ପାଦନା କରିଥିଲେ । ଏହି କ୍ରୀଡା ଉତ୍ସବର ଭବ୍ୟ ଆୟୋଜନ ଅଞ୍ଚଳର ଆଗାମୀ ଭବିଶ୍ୱତର ଖେଳାଳି ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ ବୋଲି ଚର୍ଚ୍ଚା ହେଉଛି ।

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!