ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଭାରତ ଆର୍ଥିକ ସଙ୍କଟକୁ ସାମନା କରିବାକୁ ସମର୍ଥ ହେବ

 

ଭବାନୀପାଟଣା : ୨୨/୫/୨୦୨୬ ବୈଶ୍ବିକ ଶକ୍ତି ଓ ଆର୍ଥିକ ସଙ୍କଟ ମଧ୍ୟରେ ଗତ ୧୦ ମଇ ରେ ଭାରତର ପ୍ରଧାନମନ୍ତ୍ରୀ ଯାନବାହନ ବ୍ୟବହାର, ବିଦେଶ ଯାତ୍ରା, ଘରେ ରହି କାମ କରିବା, କବିଦେଶୀ ସାମଗ୍ରୀ କ୍ରୟ, ସ୍ୱଦେଶୀ ବ୍ୟବହାର, ରାସାୟନିକ ସାର ବ୍ୟବହାର, ପ୍ରାକୃତିକ ଚାଷ କରିବା ସର୍ବୋପରି ବିଦେଶୀ ଆମଦାନୀ ଉପରେ ଆତ୍ମାନିର୍ଭରଶୀଳତା କମାଇବା ସହିତ ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଆଦି ବିଷୟକୁ ନେଇ ସ୍ୱଦେଶୀ ଜାଗରଣ ମଞ୍ଚ, କଳାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l
ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ମଞ୍ଚ ପକ୍ଷରୁ ସ୍ବାଗତ କରିବା ସହିତ ବୈଶ୍ଵିକ ଶକ୍ତି ଓ ଆର୍ଥିକ ସଙ୍କଟ ମଧ୍ୟରେ ସଂଯମିତ ଜୀବନଯାପନ ଆଧାରରେ ବିଶ୍ୱଭାତୃତ୍ଵର ବାର୍ତ୍ତା ଦେବାପାଇଁ ସମର୍ଥ ବୋଲି କହିଥିଲେ l ଅନ୍ୟମାନଙ୍କ ପ୍ରାନ୍ତ ପୂର୍ଣ୍ଣକାଳୀନ ଅଭୟ ପ୍ରସାଦ ଜେନା, ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର, ବିଭାଗ ସଂଯୋଜକ ନକୁଳ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଲା କୋଷ ପ୍ରମୁଖ ମୃତ୍ୟୁଞ୍ଜୟ ସାହୁ ଓ ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ ସହଯୋଗ କରିଥିଲେ l ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇ ଥିଲେ l

JAGAMOHAN PATTNAIK

CHIEF EDITOR/FOUNDER Janamata.in janamatatv@gmail.com ( JTV)

http://janamata.in

Leave a Reply

Your email address will not be published. Required fields are marked *

error: Content is protected !!