କିଏ ଦେଉଛି ପ୍ରୋତ୍ସାହନ ତଦନ୍ତ ସାପେକ୍ଷ
ତା 13.05.2026 କଳାହାଣ୍ଡି ଜିଲ୍ଲାରେ ପିଡ଼ିଏସ ଖାଉଟି ସାମଗ୍ରୀ ପରିବହନରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି । ଜିଲ୍ଲାର ଜୁନାଗଡ, କେଶିଙ୍ଗା, ଧର୍ମଗଡ, ଜୟପଟଣା ସ୍ଥିତ OSWC ଗୋଦାମ ଗୁଡିକରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆର ଆର ସି ମାନ ଖୋଲାଯାଇ ସେଠାରୁ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କୁ ସାମଗ୍ରୀ ପରିବହନ ଠିକାଦାର ମାନଙ୍କ ଦ୍ଵରା ପିଡ଼ିଏସ ସାମଗ୍ରୀ ପରିବହନ ହେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ନିର୍ଦ୍ଦେଶ ରେ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ପରିବହନ ଠିକାଦାର ମାନେ ନିଜ ନିଜ ଟ୍ରକ ଦ୍ବାରା ଉକ୍ତ ଆର ଆର ସି ମାନଙ୍କ ରୁ ପିଡ଼ିଏସ ଚାଉଳ ପରିବହନ କରାଯାଇଥାଏ । ପିଡ଼ିଏସ ଖାଉଟି ସାମଗ୍ରୀ ପରିବହନ ସମୟରେ ଟ୍ରକ ର ସାମନା ପଟେ କେଉ ଠାରୁ କେତେ ପରିମାଣର କେଉ ସାମଗ୍ରୀ କାହାଦ୍ବାରା ପରିବହନ ହେଉଛି ସେସବୁ ର ସଠିକ ଲେଖା ବେନର ଲଗାଯିବା ସହିତ ଟ୍ରକ ରେ ଖାଦ୍ୟ ସାମଗ୍ରୀ ଲୋଡିଙ୍ଗ ହେବ ପରେ ସଠିକ ଭାବରେ ତାରପୋଲିନ ଢାଙ୍କି ସୁରକ୍ଷିତ ଭାବରେ ସନ୍ଧ୍ୟା ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଅନଲୋଡିଙ୍ଗ କରାଯିବାର ସ୍ପଷ୍ଟ ନିର୍ଦ୍ଦେଶ ଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି । କିନ୍ତୁ କଳାହାଣ୍ଡି ରେ ବାସ୍ତବ ପକ୍ଷେ ସେସବୁ କୌଣସି ନିୟମ ପାଳନ କରାଯାଉ ନ ଥିବା ବେଳେ ଟ୍ରକ ର କ୍ଷମତା ଠାରୁ ଅଧିକ ପରିମାଣର ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରାଯାଉଥିବା ଦେଖାଯାଉଛି ।
ଏଭଳି ଅନେକ ଅନିୟମିତତା ହେଉଥିବା ଅଭିଯୋଗ ହେବ ପରେ ଗଣମାଧ୍ୟମ ପକ୍ଷରୁ ସରଜମିନ ଉପରେ ତଥ୍ୟ ସଂଗ୍ରହ ସମୟରେ ଧର୍ମଗଡ OSWC ଗୋଦାମ ସ୍ଥିତ ଆର ଆର ସି ରୁ OD15D5786 ଦଶ ଚକିଆ 86.300 କ୍ଵିଣ୍ଟାଲ ଓଜଣ ବିଶିଷ୍ଟ ଟ୍ରକରେ ମୋଟ 252.89 କ୍ଵିଣ୍ଟାଲ ଚାଉଳ ତା 12.05.2026 ଦିନ 12.53 ମିନିଟ ସମୟରେ ଓଜନ କଣ୍ଟା ରେ ଓଜନ କରାଯାଇ ମହାଲିଙ୍ଗ ଗ୍ରାମକୁ ପଠାଯାଉଥିଲା । ଉକ୍ତ ଦଶ ଚକିଆ ଟ୍ରକ 19 ଟନ ଓଜନ ର ସାମଗ୍ରୀ ପରିବହନ କ୍ଷମତା ଥିବା ବେଳେ ସେଥିରେ 25 ଟନ ରୁ ଅଧିକ ଓଜନ ର ସାମଗ୍ରୀ ପରିବହନ କରାଯାଉଥିବା ସ୍ପଷ୍ଟ ଜଣାପଡିଛି । ଏହାବ୍ୟତୀତ ଉକ୍ତ ଟ୍ରକ ସାମନାରେ କୌଣସି ଲେଖା ବେନର ଲଗାଯାଇନ ଥିବା ବେଲେ ଟ୍ରକ ର ପଛ ପଟେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଚାଉଳ ବସ୍ତା ଝୁଲିବା ଅବସ୍ଥାରେ ବୋଝେଇ ହୋଇଥିବା ବେଳେ ରାସ୍ତାରେ କେଉଁଠି ପଡିଯିବାର ମଧ୍ୟ ସମ୍ଭାବନା ଦେଖା ଯାଇଥିଲା । ଏହାଛଡା ଦିନ ଗୋଟାଏ ସୁଦ୍ଧା ଟ୍ରକ ଧର୍ମଗଡ ରୁ ମହାଲିଙ୍ଗ କୁ ବାହାରି ନ ଥିବା ବେଳେ ସନ୍ଧ୍ୟା ପୂର୍ବରୁ ସେଠାରେ ପହଞ୍ଚିବ କି ନାହି ସେଥିରେ ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା ।
ଭାତ ହାଣ୍ଡିରୁ ଗୋଟିଏ ଭଳି ଏହା କେବଳ ଗୋଟିଏ ଉଦାହରଣ କିନ୍ତୁ ପିଡ଼ିଏସ ସାମଗ୍ରୀ ପରିବହନ କ୍ଷେତ୍ର ରେ ଏଭଳି ଭାବେ ପରିବହନ ଠିକାଦାର ମାନଙ୍କ ଗାଡି ବ୍ୟତୀତ ଅନ୍ୟ ଗାଡି ବ୍ୟବହାର କରିବା, ନିର୍ଦ୍ଧାରିତ କ୍ଷମତା ଠାରୁ ମାତ୍ରାଧିକ ଅଧିକ ପରିମାଣ ଲୋଡିଙ୍ଗ ଖାଦ୍ୟ ସାମଗ୍ରୀ ପରିବହନ କରିବା, ବିପଦ ସଙ୍କୁଳ ଭାବେ ପରିବହନ କରିବା, କୌଣସି ପ୍ରକାର ବେନର ବ୍ୟବହାର କରା ନ ଯିବା ଭଳି ଅନେକ ପ୍ରକାର ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ବିଗତ ଦିନ ମାନଙ୍କରେ ହୋଇଥିବା ପିଡ଼ିଏସ ଖାଦ୍ୟ ସାମଗ୍ରୀ ପରିବହନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।
